ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ: ବିପଦରେ ଯୁବବର୍ଗ

onl7
Please follow and like us:

ନୂଆଦିଲ୍ଲୀ: ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା।  ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବିଶ୍ବସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ଭୁତାଣୁଠାରୁ ଭିନ୍ନ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ଭ୍ରମଣ ସମ୍ବନ୍ଧୀୟ ସଂକ୍ରମଣର ଏକ ମାମଲା। ଆକ୍ରାନ୍ତ ବ୍ୟକ୍ତି ମଙ୍କିପକ୍ସ ବ୍ୟାପିଥିବା ଦେଶରୁ ଭାରତକୁ ଆସିଥିଲେ। 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିବୃତି ଅନୁଯାୟୀ, ଯେତେବେଳେ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଇଥିଲା, ସେତେବେଳେ ତାଙ୍କୁ ଆଇସୋଲେସନ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥି ସହିତ, ବର୍ତ୍ତମାନ ସରକାର ମଙ୍କିପକ୍ସ ସମ୍ବନ୍ଧରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଅନ୍ୟପକ୍ଷରେ, ଅନେକ ରିପୋର୍ଟରେ କୁହାଯାଇଛି ଯେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଦ୍ୱାରା କଙ୍କିପକ୍ସର ଆଶଙ୍କା ମଧ୍ୟ ବଢ଼ିଥାଏ। ଏହା ଦ୍ବାରା ମୁଖ୍ୟତଃ ଯୁବବର୍ଗ ବିପଦରେ ରହିଛନ୍ତି।

୧୪ ଅଗଷ୍ଟ ୨୦୨୪ ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସକୁ  ଅନ୍ତର୍ଜାତୀୟସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଥିଲା । ଏ ସମ୍ପର୍କରେ ଜାରି କରାଯାଇଥିବା ଆଡଭାଇଜରୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମଙ୍କିପକ୍ସର ନୂତନ ଅବସ୍ଥାକୁ ଦୃଷ୍ଟିରେ ରଖି ଡବ୍ଲୁଏଚଓ ଗୁରୁତ୍ବାରୋପ କରିଛି ଯେ ମଙ୍କିପକ୍ସ ସଂକ୍ରମଣର କ୍ଲିନିକାଲ୍ ଚିତ୍ର ଗୁରୁତର ରହିଛି। ସୂଚନାଯୋଗ୍ୟ ମଙ୍କିପକ୍ସକୁ ଦ୍ୱିତୀୟ ଥର ପାଇଁ ଡବ୍ଲୁଏଚଓ ପକ୍ଷରୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

Please follow and like us:

Leave a Reply

Your email address will not be published. Required fields are marked *