onl2

ପିଏମ୍‌ଆବାସ ଯୋଜନାରେ ମିଳିବ ୧.୮୦ଲକ୍ଷ ଟଙ୍କା: ଘରପୋଡ଼ି କି ହାତୀ ନଷ୍ଟକଲେ ମିଳିବ ଅନ୍ତ୍ୟୋଦୟ ଗୃହ

ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧.୨୦ଲକ୍ଷ ଟଙ୍କା ପରିବର୍ତ୍ତେ ୧.୮୦ଲକ୍ଷ ଟଙ୍କା ଏବଂ ଶୌଚାଳୟ ନିର୍ମାଣ ପାଇଁ ମିଳୁଥିବା ୧୨ହଜାର ଟଙ୍କା ପରିବର୍ତ୍ତେ ୨୦ହଜାର ଟଙ୍କା ମିଳିବ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ଏହାସହିତ ଘରପୋଡ଼ି କିମ୍ବା ହାତୀ ଦ୍ୱାରା ଘର ନଷ୍ଟ ହେଲେ ଅବା ପ୍ରାକୃତିକ ବିପର୍ଯ୍ୟୟରେ ବାସଘର ନଷ୍ଟ ହେଲେ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ଯୋଜନା…

Read More
on4

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟି-୨୦ ଦଳର ଅଧିନାୟକ ହେଲେ ସୁର୍ଯ୍ୟକୁମାର

ବିସିସିଆଇ ଗୁରୁବାର ଦିନ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ଟି-୨୦ ଦଳର କମାଣ୍ଡ ଦିଆଯାଇଛି। ଅଧିନାୟକତ୍ୱ ରେସରେ ସୂର୍ଯ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପରାସ୍ତ କରିଛନ୍ତି। ସୂର୍ଯ୍ୟକୁମାର ଟି-୨୦ ବିଶ୍ୱକପ ୨୦୨୬ ପର୍ଯ୍ୟନ୍ତ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ଅଛି। ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଏହା ଏକ ବଡ ପରିବର୍ତ୍ତନ ବୋଲି ବିବେଚନା କରାଯାଏ। ଉପ-ଅଧିନାୟକ ଭାବେ…

Read More
on41

ରାହୁଲ ସିଲେଇଥିବା ଜୋତା ନେବାକୁ ୧୦ ଲକ୍ଷ ଟଙ୍କା ଦେବାକୁ ଗ୍ରାହକ ରାଜି; ଦେଉନାହାନ୍ତି ଦୋକାନୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ ରାହୁଲ ଗାନ୍ଧୀ ଭେଟିଥିବା ମୋଚି ରାମଚିତ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଦୋକାନକୁ ଯାଇଥିଲେ। ସେଠାରେ ତାଙ୍କ ସହ ଆଲୋଚନା କରିବା ସହ ଏକ ଚପଲ ମଧ୍ୟ ସିଲେଇ କରିଥିଲେ। ଏହି ଚପଲ କିଣିବାକୁ ଏବେ ତାଙ୍କ ପାଖକୁ ବଡ଼ ବଡ଼ ଅଫର ଆସୁଛି। ଚପଲ ହଳକ ପାଇଁ ୫ରୁ ୧୦ ଲକ୍ଷ ଟଙ୍କା ଦେବାକୁ ବି ରାଜି ଅଛନ୍ତି ଲୋକେ। କିନ୍ତୁ ରାହୁଲ ସିଲେଇ କରିଥିବା ଚପଲ ରାମଚିତ ଦେବାକୁ…

Read More
on1

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି : ମୁସଲିମ ବିବାହ ଓ ଛାଡପତ୍ର ଆଇନ ରଦ୍ଦ

ଆଇନ ସମାପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ଵଶର୍ମା କହିଛନ୍ତି ,ଏହି ଆଇନକୁ ରଦ୍ଦ କରିବାର ଉଦ୍ଦେଶ୍ୟ ଲିଙ୍ଗଗତ ନ୍ୟାୟ ଓ ବାଲ୍ୟବିବାହ ପ୍ରଥାକୁ ଉଚ୍ଛେଦ କରିବା।ଆସାମ ମୁସଲିମ ବିବାହ ଓ ତଲାକ  ପଞ୍ଜିକରଣ ଅଧିନିୟମ ସାଙ୍ଗକୁ ନିୟମ ୧୯୩୫କୁ ରଦ୍ଦ କରି ଦିଆଯାଇଛି ଆସିବାକୁ ଥିବା ନୂଆ ଆଇନରେ  ମୁସଲମାନ ବିବାହ ପଞ୍ଜିକରଣ ୧୮ରୁ ୨୧ ବର୍ଷର ଆଇନଗତ ସୀମା ମଧ୍ୟରେ ସରକାରୀ କାର୍ଯ୍ୟାଳୟରେ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ୮୦ ପ୍ରତିଶତ ବାଲ୍ୟ…

Read More
onl3

ପ୍ରଧାନମନ୍ତ୍ରୀଙ୍କ ୱାୟନାଡ଼ ଗସ୍ତ: ଅସାଧାରଣ ବିପର୍ଯ୍ୟୟ, ସବୁ ସହାୟତା ମିଳିବ

ଭୂସ୍ଖଳନରେ ଛାରଖାର ହୋଇ ଯାଇଥିବା କେରଳର ୱାୟନାଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ୱାୟନାଡର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।   ପ୍ରଥମେ ଆକାଶମାର୍ଗରୁ ଭୁସ୍ଖଳନ ଉତ୍ପତ୍ତି ସ୍ଥଳ ଓ ଧ୍ୱସ୍ତ ବିଧ୍ୱସ୍ତ ଅଞ୍ଚଳ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ। ଧ୍ୱସ୍ତସ୍ତୁପ ପାଲଟିଥିବା ପୁଞ୍ଚୁରି ମାଟମ୍, ମୁଣ୍ଡାକାଇ ଓ ଚୁରୁଲମାଲା ଅଞ୍ଚଳର ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ…

Read More
onl1

ଭିନେଶ ଫୋଗାଟଙ୍କ ପଦକ ନିଷ୍ପତ୍ତି ପୁଣି ଘୁଞ୍ଚିଲା

ପୁଣିଥରେ ଘୁଞ୍ଚିଛି ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ପଦକ ନିଷ୍ପତ୍ତି। ଆସନ୍ତା ୧୬ ତାରିଖ ରାତି ୯ଟା ୩୦ ସୁଦ୍ଧା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ତା’ର ଚୂଡ଼ାନ୍ତ ରାୟ ପ୍ରକାଶ କରିବ। ଏହାକୁ ମିଶାଇ ତୃତୀୟ ଥର ପାଇଁ ସିଏଏସ୍‌ ନିଷ୍ପତ୍ତି ଘୁଞ୍ଚିଛି। ଏବେ ସମସ୍ତ ଭାରତୀୟଙ୍କ ଅପେକ୍ଷା ୧୬କୁ ବଢ଼ିଛି।  ସିଏଏସ୍‌ ଆଡ ହକ ଡିଭିଜନ ପକ୍ଷରୁ କୁହାଯାଇଛି ଯେ ସଂସ୍ଥାର ସଭାପତି ପ୍ୟାନେଲର ନିଷ୍ପତ୍ତି ଘୋଷଣା କରାଯିବାର ସମୟସୀମାକୁ ୧୬ ଅଗଷ୍ଟ…

Read More
onl3

ଅଲିମ୍ପିକ୍ସ : କ୍ବାର୍ଟର ଫାଇନାଲରେ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ହାରିଲେ ଦୀପିକା କୁମାରୀ

ପ୍ୟାରିସ୍ ଅଲିମ୍ପିକ୍ସରେ ପୁଣି ଥରେ ନିରାଶ ହୋଇଛି ଭାରତ । ତୀରନ୍ଦାଜୀ ଇଭେଣ୍ଟର କ୍ବାର୍ଟର ଫାଇନାଲରେ ଭାରତର ଦୀପିକା କୁମାରୀ ପରାଜିତ ହୋଇ ପଦକ ଦୌଡ଼ରୁ ବାହାରି ଯାଇଛନ୍ତି । ସେ ଦକ୍ଷିଣ କୋରିଆର ସୁ ୟୋ ନେମଙ୍କଠାରୁ ୬-୪ରେ ପରାଜିତ ହୋଇଛନ୍ତି । ଦୀପିକା କୁମାରୀ ସେଟ୍ କୁ ସେ ୨୮-୨୬ରେ ଜିତିନେଇଥିଲେ। ଦ୍ବିତୀୟ ସେଟ୍ ରେ କୋରିଆର ଏହି ଖେଳାଳି ପ୍ରତ୍ୟାବର୍ତ୍ତନ କରି ୨୮-୨୫ରେ ବିଜୟୀ ହୋଇଥିଲେ। ସେହିପରି ୩ୟ ସେଟରେ ସୁ ୟୋ…

Read More
onl2

ଲଗାଣ ବର୍ଷାରେ ବେହାଲ, ମାଲକାନଗିରି ସହରରେ ଆଣ୍ଠୁଏ ପାଣି

ମାଲକାନଗିରି: ଲଗାଣ ବର୍ଷାରେ ପୁଣି ବୁଡ଼ିଲା ପୋଲ। ଯାତାୟାତ ବାଧାପ୍ରାପ୍ତ। ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି। ପୋଲ ଉପରେ ପାଣି ଥିବାରୁ ୩୨୫ ନମ୍ବର ଜାତୀୟ ରାଜପଥର ଉଭୟ ପାଖରେ ଅଟକି ରହିଛି ଶହ ଶହ ଗାଡ଼ି। ମାଲକାନଗିରିରୁ କାଲିମେଳା, କାଲିମେଳାରୁ ପଡ଼ିଆକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେପଟେ ଗତକାଲି ସନ୍ଧ୍ୟାରେ…

Read More
on2

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଦୁଇ ଯାତ୍ରୀଙ୍କ ମୃତ୍ୟୁ, ଆହତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି

ହାୱଡା – ମୁମ୍ବାଇ ଏକ୍ସପ୍ରେସ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରାଜଖରସୁଆଁ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଅଘଟଣ ଫଳରେ ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ଟ୍ରେନ୍‌। ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଘଟଣାସ୍ଥଳରେ ଆରପିଏଫ୍ ଓ ରେଲୱେ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।ଏହାସହ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି…

Read More
on3

ନିଆଁ ଲାଗି କ୍ଷତିଗ୍ରସ୍ତ ହେଲା ଆଇଏନଏସ୍‌ ବ୍ରହ୍ମପୁତ୍ର, ଜୁନିୟର ସେଲର ନିଖୋଜ

ଭାରତୀୟ ନୌସେନାର ଯୁଦ୍ଧ ପୋତ ଆଇଏନଏସ ବ୍ରହ୍ମପୁତ୍ରରେ ନିଆଁ ଲାଗି ଯାଇଛି। ମୁମ୍ବାଇରେ ଥିବା ନୌସେନା ଡକୟାର୍ଡରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗି ଯୁଦ୍ଧ ପୋତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଜୁନିୟର ସେଲର ବା କନିଷ୍ଠ ନାବିକ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ନୌସେନା ପକ୍ଷହରୁ ଉଦ୍ୟମ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ସେନା ପାଇଁ ଏକାଧିକ କାର୍ଯ୍ୟ କରୁଥିବା ଆଇଏନଏସ୍‌ ବ୍ରହ୍ମପୁତ୍ରରେ କିଛି ମରାମତି…

Read More