on5

ସିନ୍ଧୁ, ସାତ୍ତ୍ବିକ-ଚିରାଗଙ୍କ ବିଦାୟ

ପ୍ୟାରିସ୍‌: ଦୁଇ ଥର ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହ ଭାରତର ବଡ଼ ଆଶା ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚଳିତ ପ୍ୟାରିସ୍ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ୍‌ କ୍ବାର୍ଟରଫାଇନାଲ୍‌ରୁ ଅଶ୍ରୁଳ ବିଦାୟ ନେଇଛନ୍ତି। ଦଶମ ମାନ୍ୟତାପ୍ରାପ୍ତ ସିନ୍ଧୁ ୧୯-୨୧, ୧୪-୨୧‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ହାରି ଯାଇଛନ୍ତି। ଫଳରେ ଅଲିମ୍ପିକ୍ସ ହ୍ୟାଟ୍ରିକ୍‌ ପଦକ ସ୍ବପ୍ନ ସିନ୍ଧୁଙ୍କ ଭାଙ୍ଗିଯାଇଛି। ସେହିଭଳି ପୁରୁଷ ଯୁଗଳ ବର୍ଗରେ ସାତ୍ତ୍ବିକ-ଚିରାଗଙ୍କୁ ମାଲେସିଆ ଯୋଡ଼ି…

Read More
on41

ରାହୁଲ ସିଲେଇଥିବା ଜୋତା ନେବାକୁ ୧୦ ଲକ୍ଷ ଟଙ୍କା ଦେବାକୁ ଗ୍ରାହକ ରାଜି; ଦେଉନାହାନ୍ତି ଦୋକାନୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ ରାହୁଲ ଗାନ୍ଧୀ ଭେଟିଥିବା ମୋଚି ରାମଚିତ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଦୋକାନକୁ ଯାଇଥିଲେ। ସେଠାରେ ତାଙ୍କ ସହ ଆଲୋଚନା କରିବା ସହ ଏକ ଚପଲ ମଧ୍ୟ ସିଲେଇ କରିଥିଲେ। ଏହି ଚପଲ କିଣିବାକୁ ଏବେ ତାଙ୍କ ପାଖକୁ ବଡ଼ ବଡ଼ ଅଫର ଆସୁଛି। ଚପଲ ହଳକ ପାଇଁ ୫ରୁ ୧୦ ଲକ୍ଷ ଟଙ୍କା ଦେବାକୁ ବି ରାଜି ଅଛନ୍ତି ଲୋକେ। କିନ୍ତୁ ରାହୁଲ ସିଲେଇ କରିଥିବା ଚପଲ ରାମଚିତ ଦେବାକୁ…

Read More
on3

ସାଟେଲାଇଟ୍ ଫଟୋରେ ୱାୟନାଡ ଭୂସ୍ଖଳନ

କେରଳର ୱାୟନାଡ଼ରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଭାରତୀୟ ଉପଗ୍ରହଦ୍ୱାରା ନିଆଯାଇଥିବା ହାଇ ରିଜଲ୍ୟୁସନ ଫଟୋରେ ଦେଖିବାକୁ ମିଳୁଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପୂର୍ବରୁ ଓ ପରେ ମିଳିଥିବା ଫଟୋରୁ ଜଣାପଡୁଛି ଯେ ପ୍ରାୟ ୮୬,୦୦୦ ବର୍ଗମିଟର ମାଟି ଧସିଯାଇଥିଲା ଏବଂ ଇରୁବୈଇଫୁଜା ନଦୀରେ ପ୍ରାୟ ୮ କିଲୋମିଟର ପର୍ଯ୍ୟନ୍ତ ମାଟି-କାଦୁଅ ଆଦି ପ୍ରବାହିତ ହୋଇଥିଲା। ଭାରତୀୟ ମହାକାଶ…

Read More
on2

ବିଜେପିରେ ଯୋଗଦେଲେ ମମତା ମହାନ୍ତ

ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି। ବିଜେପିରେ ଯୋଗଦେବା ପରେ ମମତା ମହାନ୍ତ କହିଛନ୍ତି, ଲୋକମାନେ ମୋର ସଂପତ୍ତି। ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ। ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି। ବିଜେଡିରେ ମୋର ଆଉ…

Read More
on1

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ 

ଉତ୍ତର ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡକୁ ଲାଗି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…

Read More
on5

କେରଳର  ୱାୟାନାଡ ଭୂସ୍ଖଳନ ଘଟି ୧୧ ମୃତ, ମୃତକଙ୍କ ମଧ୍ୟରେ ୩ ଶିଶୁ ଅଛନ୍ତି

କେରଳର ୱାୟାନାଡ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଘଟିବା ପରେ ଶତାଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଭୂସ୍ଖଳନ ସହ ବର୍ଷା ହେତୁ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ମଙ୍ଗଳବାର ସକାଳେ ମେପ୍ପାଡି ନିକଟରେ ଏହି ଘଟଣା ଘଟିଛି। ସବିଶେଷ ତଥ୍ୟ ଅନୁଯାୟୀ, ପ୍ରଥମ ଭୂସ୍ଖଳନ ପ୍ରାୟ ରାତି ୨ଟା ସମୟରେ  ଘଟିଥିଲା। ପରେ, ସକାଳ ପ୍ରାୟ ୪.୧୦ ସମୟରେ ଜିଲ୍ଲାରେ ଆଉ ଏକ ଭୂସ୍ଖଳନ ହୋଇଥିଲା। ୧୧ ଜଣଙ୍କର…

Read More
on4

ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆଜି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ତାରିଖ ଯାଏ ଉତ୍ତର ଓ ଆଭ୍ୟନ୍ତରୀଣ…

Read More
on3

ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ମାମଲା: ଆଉ ୫ ଗିରଫ, ବିଦାହେଲେ କନିଷ୍ଠ ଯନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗର ଅଞ୍ଚଳର ରାଓ ଆଇଏଏସ୍‌ ଷ୍ଟଡି ସର୍କଲରେ ଗତ ୨୭ ତ‌ାରିଖରେ ଯେଉଁ ଦୁର୍ଘଟଣା ଘଟିଗଲା ତାହା ଦେଶବାସୀଙ୍କୁ ସ୍ତବ୍ଧ କରିଛି। କୋଚିଂ ସେଣ୍ଟରରେ ପାଣି ପଶି ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିବା ୩ ଛାତ୍ରଛାତ୍ରୀ ମରିଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାରେ ଏବେ ଖୋଳତାଡ଼ ହୋଇଛି। ଦିଲ୍ଲୀ ପୁଲିସ ଆଜି ଏହି ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି। ଗିରଫ ୫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଏସ୍‌ୟୁଭି ଡ୍ରାଇଭର…

Read More
on2

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଦୁଇ ଯାତ୍ରୀଙ୍କ ମୃତ୍ୟୁ, ଆହତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି

ହାୱଡା – ମୁମ୍ବାଇ ଏକ୍ସପ୍ରେସ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରାଜଖରସୁଆଁ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଅଘଟଣ ଫଳରେ ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ଟ୍ରେନ୍‌। ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଘଟଣାସ୍ଥଳରେ ଆରପିଏଫ୍ ଓ ରେଲୱେ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।ଏହାସହ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି…

Read More
on1

ଜଳକା ନଦୀରେ ବନ୍ୟା ପରିସ୍ଥିତି:୧୦ ପଞ୍ଚାୟତରେ ବନ୍ୟା

ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା ପରିସ୍ଥିତି। ଆଜି ସକାଳ ୮ ଟା ସୁଦ୍ଧା ବସ୍ତା ବ୍ଲକର ମଥାନି ଠାରେ ନଦୀର ଜଳପତ୍ତନ ୬.୩୦ ମିଟର ରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଛି। ଗତ ୩ ଦିନ ଧରି ନଦୀର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଏପରି ବନ୍ୟା ପରିସ୍ଥିତି। ଉପରମୁଣ୍ଡ କୁହାଯାଉଥିବା ରାସଗୋବିନ୍ଦପୁର ବ୍ଲକ ଇଲାକାରେ ୧୨୮ ଏମଏମ ମୋରଡ଼ା ବ୍ଲକରେ…

Read More