Headlines
onl1

ଭିନେଶ ଫୋଗାଟଙ୍କ ପଦକ ନିଷ୍ପତ୍ତି ପୁଣି ଘୁଞ୍ଚିଲା

ପୁଣିଥରେ ଘୁଞ୍ଚିଛି ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ପଦକ ନିଷ୍ପତ୍ତି। ଆସନ୍ତା ୧୬ ତାରିଖ ରାତି ୯ଟା ୩୦ ସୁଦ୍ଧା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ତା’ର ଚୂଡ଼ାନ୍ତ ରାୟ ପ୍ରକାଶ କରିବ। ଏହାକୁ ମିଶାଇ ତୃତୀୟ ଥର ପାଇଁ ସିଏଏସ୍‌ ନିଷ୍ପତ୍ତି ଘୁଞ୍ଚିଛି। ଏବେ ସମସ୍ତ ଭାରତୀୟଙ୍କ ଅପେକ୍ଷା ୧୬କୁ ବଢ଼ିଛି।  ସିଏଏସ୍‌ ଆଡ ହକ ଡିଭିଜନ ପକ୍ଷରୁ କୁହାଯାଇଛି ଯେ ସଂସ୍ଥାର ସଭାପତି ପ୍ୟାନେଲର ନିଷ୍ପତ୍ତି ଘୋଷଣା କରାଯିବାର ସମୟସୀମାକୁ ୧୬ ଅଗଷ୍ଟ…

Read More
onl4

ପୁଣି ଜଳିଲା ବାଂଲାଦେଶ: ବାଂଲାଦେଶ ସ୍ଥିତି ବେକାବୁ ହେଉଥିବାରୁ ଗଲାଣି ୯୩ ଜଣଙ୍କ ଜୀବନ

ପୁଣିଥରେ ଅଶାନ୍ତ ହୋଇ ଉଠିଛି ବାଂଲାଦେଶ। ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଏକାଧିକ ଛାତ୍ର ସଂଗଠନ ଓ ସାଧାରଣ ଲୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆନ୍ଦୋଳନକାରୀଙ୍କ ସହ ପୁଲିସ୍‌ର ମୁହାଁମୁହିଁ ହୋଇଛି। ହସନାଙ୍କ ଦଳର ଲୋକମାନେ ମଧ୍ୟ ଆନ୍ଦୋଳନକାରୀଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାରୁ ସ୍ଥିତି ବେକାବୁ ହୋଇଛି। ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

Read More
onl4

ଇରାନ୍‌ରେ ରେକର୍ଡ ୮୨ଡିଗ୍ରି ଉତ୍ତାପ

ତେହରାନ୍‌: ଇରାନ୍‌ରେ  ବିଶ୍ବର ସର୍ବୋଚ୍ଚ ତାପମାତ୍ରା ଅନୁଭୂତ ହୋଇଛି। ଏହା ରେକର୍ଡ ୮୨.୨ ଡିଗ୍ରି ସେଣ୍ଟିଗ୍ରେଡ୍‌ ଛୁଇଁଥିବା ବେଳେ ବାୟୁର ଆର୍ଦ୍ରତାଙ୍କ (ଡିଉ ପଏଣ୍ଟ) ୩୬.୧ ଡିଗ୍ରି ସେଣ୍ଟିଗ୍ରେଡ୍‌ ରହିଛି।  ଗୁରୁବାର ଦାରିସ୍ତାନ ବିମାନବନ୍ଦର ନିକଟରେ ବାୟୁ ତାପମାତ୍ରା ୩୮.୯ ଡିଗ୍ରି ସେଣ୍ଟିଗ୍ରେଡ୍‌ ରହିଥିଲା ଓ ସାପେକ୍ଷ ଆଦ୍ରତା ୮୫ ପ୍ରତିଶତ ରହିଥିଲା। ବାୟୁମଣ୍ଡଳର ଏହି ସ୍ଥିତି ଶୁକ୍ରବାର ଅତି ଉଦ୍‌ବେଗଜନକ ଭାବେ ଅନୁଭୂତ ତାପମାତ୍ରାକୁ ୮୨ ଡିଗ୍ରି ଯାଏଁ ବୃଦ୍ଧି କରାଇଥିଲା। ଏହି ତାପମାତ୍ରା ପୃଥିବୀର…

Read More
onl3

ଗାଁରେ ପ୍ରତି ଘରୁ ଆବର୍ଜନା ସଂଗ୍ରହ କରିବାର ବ୍ୟବସ୍ଥା ରହିଛି: ପଂଚାୟତିରାଜ ମନ୍ତ୍ରୀ

କଠିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିଚାଳନା ନିମନ୍ତେ ପଂଚାୟତଗୁଡ଼ିକରେ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ କରିବାର ବ୍ୟବସ୍ଥା ରହିଛି ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି । ତେବେ ପଂଚାୟତରୁ ନିର୍ଗତ ଆବର୍ଜନାର ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବା ପାଇଁ ସରକାରଙ୍କ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ନଥିବା ମନ୍ତ୍ରୀ ଶ୍ରୀ ନାଏକ ସ୍ପଷ୍ଟ କରିଛନ୍ତି । ଆଜି ବିଧାନସଭାରେ ବିଧାୟକ ବିଭୂତିଭୂଷଣ ବଳବନ୍ତରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ…

Read More
8

ନବୀନ’ଙ୍କ ‘ଛାୟା କ୍ୟାବିନେଟ୍’:

ବିଜେଡି ଶାସନର ସବୁ ମଡ଼େଲକୁ ଓଡ଼ିଶାବାସୀ ବିଫଳ କରି ଦଳକୁ କ୍ଷମତାଚ୍ୟୁତ କରିବାପରେ ଆଜି ‘ଛାୟା କ୍ୟାବିନେଟ’ ଘୋଷଣା କରିଛନ୍ତି ବିଜେଡି ନେତୃତ୍ୱ । ‘ଛାୟା କ୍ୟାବିନେଟ’ର ବିଟ୍ରିଶ ମଡେଲକୁ ନକଲ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ୫୦ଜଣ ବିଧାୟକଙ୍କୁ ଆଜି ବିଭାଗମାନ ବଂଟନ ହେବା ପରୋକ୍ଷରେ ଦଳରେ ଚାପି ହୋଇ ରହିଥିବା ଅସନ୍ତୋଷକୁ ଉଗ୍ର ରୂପ ଦେବାର ଆଶଙ୍କା ବଢ଼ାଇ ଦେଇଛି । ରାଜନୀତିରୁ ସନ୍ୟାସ ନେଇଥିବା ଭିକେ ପାଣ୍ଡିଆନ ଏବେବି…

Read More
onl4

ଆର୍‌ଜି କର ହସ୍ପିଟାଲ ଘଟଣା: ସାଂସଦଙ୍କ ଇସ୍ତଫା, ମମତାଙ୍କୁ ଘେରିଲେ

କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ‘ବେପରୁଆ ପଦକ୍ଷେପ’କୁ ବିରୋଧ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଜ୍ୟସଭା ସାଂସଦ ଜହର ସରକାର ରବିବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିରେ ସରକାର ନିଜ ଦଳର ଦିଗହରା ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ଆର୍‌ଜି କର କାଣ୍ଡ ପରେ ସରକାର ନେଇଥିବା ପଦକ୍ଷେପ…

Read More
onl4

ଭାରତକୁ ୪ ଖେଳରୁ ୬ ପଦକ: ୧୨ଖେଳରେ ଖାଲି ହାତ

ପ୍ୟାରିସ୍: ଭାରତର ପ୍ୟାରିସ୍ ଅଲିମ୍ପିକ୍ସ ଅଭିଯାନ ବହୁ ଆଶା, ଆକାଂକ୍ଷା ନେଇ ଆରମ୍ଭ ହୋଇଥିଲା। ପ୍ୟାରିସ୍‌କୁ ୧୧୭ଜଣିଆ ଭାରତୀୟ ଦଳ ଯାଇଥିଲା। ପ୍ରକୃତରେ କିନ୍ତୁ ୧୧୨ ଜଣ ଭାରତୀୟ ଖେଳାଳି ୧୬ ଖେଳର ୬୯ ମେଡାଲ ଇଭେଣ୍ଟ୍‌ରେ ଅବତୀର୍ଣ୍ଣ ‌ହୋଇଥିଲେ। ତେବେ ଭାରତୀୟ ଦଳର ହାତକୁ ଆସିଛି ମାତ୍ର ୬ ପଦକ। ଭାରତୀୟମାନେ ଅଂଶଗ୍ରହଣ କରିଥିବା ୧୬ ଖେଳ ମଧ୍ୟରୁ କେବଳ ୪ଟିକୁ ଛାଡ଼ି ୧୨ଟି ଖେଳରେ ଭାରତ ପଦକ ଶୂନ୍ୟ ରହିଛି। ଭାରତୀୟ ଖେଳାଳିମାନେ ପଦକ…

Read More
on2

ମହିଳା ଏସିଆ କପ୍‌: ପାକିସ୍ତାନକୁ ମାତ ଦେଲା ଭାରତ

ବିଜୟରୁ ଏସିଆ କପ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଦଳ। ଶ୍ରୀଲଙ୍କାରେ ଆଜି ଠାରୁ ଏସିଆ କପ ଆରମ୍ଭ ହୋଇଛି। ଭାରତ ପ୍ରଥମ ମ୍ୟାଚରେ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏକତରଫା ଭାବେ ୭ ୱିକେଟରେ ୩୫ ବଲ ପୂର୍ବରୁ ହରାଇ ଦେଇଛି। ଏଥିସହ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ମହିଳା ଦଳ ନିଜର ଦବଦବା ଦେଖାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୧୯.୨ ଓଭରରେ ମାତ୍ର ୧୦୮ ରନ କରିଥିଲା। ଏହାର ଜବାବରେ ଭାରତ ୩ ୱିକେଟ…

Read More
on5

ମୋ ବିରୋଧରେ ଇଡି ଚଢ଼ଉ ପାଇଁ ଯୋଜନା ହୋଇଛି: ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଦାବି କରିଛନ୍ତି ଯେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କ ବିରୋଧରେ ଚଢ଼ଉ ପାଇଁ ଯୋଜନା କରିଥିବା ସେ କେତେକ ଭିତିରି ସୂତ୍ରରୁ ଜାଣିପାରିଛନ୍ତି। ଲୋକସଭାରେ କେନ୍ଦ୍ର ବଜେଟ୍‌-୨୦୨୪ ଉପରେ ଆଲୋଚନା ସମୟରେ ‘ଚକ୍ରବ୍ୟୁହ’ ଭାଷଣ ପାଇଁ ତାଙ୍କ ବିରୋଧରେ ଏହି ଯୋଜନା ହୋଇଥିବା ରାହୁଲ ଦାବି କରିଛନ୍ତି। ଏଥିପାଇଁ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ଏବଂ ଏପରିକି ସେମାନଙ୍କୁ ଚା’…

Read More
on6

ଫାସ୍‌ଟ୍ୟାଗ୍‌ ନଥିଲେ ୨ ଗୁଣା ଫି

ନୂଆଦିଲ୍ଲୀ: ଜାଣିଶୁଣି ଗାଡ଼ିର ସାମ୍ନା ୱିଣ୍ଡସିଲ୍ଡରେ ଫାସ୍‌ଟ୍ୟାଗ୍‌ ଲଗାଉନଥିବା ଲୋକମାନଙ୍କୁ ଅବହେଳା ମହଙ୍ଗା ପଡ଼ିବ। ସେଭଳି ଗାଡ଼ି ଚାଳକଙ୍କଠାରୁ ଦୁଇ ଗୁଣା ଅଧିକ ଫି’ ଆଦାୟ କରାଯିବ। ଏନେଇ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏକ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଗାଡ଼ି ସାମ୍ନା କାଚର ଭିତର ପାର୍ଶ୍ବରେ ଫାସ୍‌ଟ୍ୟାଗ୍‌କୁ ଲଗାଇବା ବ୍ୟବସ୍ଥା ରହିଛି। କିନ୍ତୁ କିଛି ଚାଳକ ତାହା ଲଗାଉନଥିବାରୁ ଟୋଲ୍ ଗେଟ୍‌ରେ ଗାଡ଼ି ଚଳାଚଳ ଅଯଥାରେ ବିଳମ୍ବ ହେଉଛି ଏବଂ ତାହା ଅନ୍ୟମାନଙ୍କ ଲାଗି…

Read More