
ବିଜେଡିର ସଙ୍ଗୀନ ଅଭିଯୋଗ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁପଛରେ ଅଛି ଷଡ଼ଯନ୍ତ୍ର
ନିର୍ବାଚନୀ ବିପର୍ଯ୍ୟୟ ପରେ ବିଜେଡି ନିଜର ହିତାହିତ ଜ୍ଞାନ ଭୁଲି ଏଭଳି ସଙ୍ଗୀନ ଅଭିଯୋଗ ଆଣିବାରେ ଲାଗିଛି, ଯାହା ଦଳ ପାଇଁ ବୁମେରାଂ ପାଲଟିଛି। ବିଜେଡି ଏବେ ତୁଚ୍ଛା ରାଜନୀତିକ ଚର୍ଚ୍ଚାରେ ରହିବାକୁ ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁକୁ ନେଇ ରାଜନୀତି କରିବାକୁ ପଛାଇ ନାହିଁ । କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ସଙ୍ଗୀନ ଅଭିଯୋଗ ଆଣିବା ସହ ନିଜ ସରକାରର ଅମଳରେ ରାଜ୍ୟରେ ବିକଶିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବାସ୍ତବତା ଉପରେ ମଧ୍ୟ…