on5

କେରଳର  ୱାୟାନାଡ ଭୂସ୍ଖଳନ ଘଟି ୧୧ ମୃତ, ମୃତକଙ୍କ ମଧ୍ୟରେ ୩ ଶିଶୁ ଅଛନ୍ତି

କେରଳର ୱାୟାନାଡ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଘଟିବା ପରେ ଶତାଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଭୂସ୍ଖଳନ ସହ ବର୍ଷା ହେତୁ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ମଙ୍ଗଳବାର ସକାଳେ ମେପ୍ପାଡି ନିକଟରେ ଏହି ଘଟଣା ଘଟିଛି। ସବିଶେଷ ତଥ୍ୟ ଅନୁଯାୟୀ, ପ୍ରଥମ ଭୂସ୍ଖଳନ ପ୍ରାୟ ରାତି ୨ଟା ସମୟରେ  ଘଟିଥିଲା। ପରେ, ସକାଳ ପ୍ରାୟ ୪.୧୦ ସମୟରେ ଜିଲ୍ଲାରେ ଆଉ ଏକ ଭୂସ୍ଖଳନ ହୋଇଥିଲା। ୧୧ ଜଣଙ୍କର…

Read More
onl1

ତୃତୀୟ ବିଶ୍ୱଯୁଦ୍ଧ : ଇସ୍ରାଏଲରେ ୪୮ ଘଣ୍ଟିଆ ଜରୁରୀକାଳୀନ ସ୍ଥିତି ଘୋଷଣା

ଜେରୁଜେଲମ୍: ଲେବାନନର  ହିଜବୁଲ ଇସ୍ରାଏଲ ଉପରେ ବଡ଼ ଧରଣର ରକେଟ୍ ଆକ୍ରମଣ ଆରମ୍ଭ କରିଛି। ଏହା ସହିତ ହିଜବୁଲ ମଧ୍ୟ ଏକ ବଡ଼ ଧରଣର ସାମରିକ ଅପରେସନ ପାଇଁ ଘୋଷଣା କରିଛି। ହିଜବୁଲ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ସାମରିକ ଶିବିରକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରକ ଲୋଡ୍ ଡ୍ରୋନ୍ ଆକ୍ରମଣ ଆରମ୍ଭ କରାଯାଇଛି।  ହିଜବୁଲ ଇସ୍ରାଏଲ ଉପରେ ୩୨୦ରୁ ଅଧିକ କାତ୍ୟୁଷା ରକେଟ୍ ମାଡ଼ କରିଥିବା ଦାବି କରିଛି। ଜେରୁଜେଲମ୍…

Read More
on5

କେନ୍ଦ୍ର ବଜେଟ୍‌ ୨୦୨୪-୨୫: ରେଳବାଇକୁ ୨,୫୨,୨୦୦ କୋଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଘୋଷଣା କରିବା ବେଳେ ରେଳ ସମ୍ପର୍କରେ ମାତ୍ର ଥରୁଟିଏ ଆଲୋଚନା କରିଥିଲେ। ତେ‌ବେ ବଜେଟ୍ ତଥ୍ୟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ରେଳବାଇ ଲାଗି ମୋଟ ୫,୩୭,୯୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ସେଥିରେ ରେଳବାଇ ରାଜସ୍ବରୁ ମୋଟ ବ୍ୟୟ ୨,୭୫,୭୦୦ କୋଟି ଟଙ୍କା ଥିବା ବେଳେ ବଜେଟ୍‌ ସହାୟତା ଓ ଅନ୍ୟାନ୍ୟ ପରିମାଣର ୨,୬୨,୨୦୦ କୋଟି ଟଙ୍କା ରହିଛି।…

Read More
on5

ବାଂଲାଦେଶରେ କର୍ଫ୍ୟୁ ଲାଗୁ, ଗଲାଣି ୧୦୫ ଜୀବନ

ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ସହ ବେକାବୁ ହେବାରେ ଲାଗିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଅଧିକରୁ ଅଧିକ ଯବାନଙ୍କୁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଉଛି। ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ଏହି ଆନ୍ଦୋଳନରେ ୧୦୫ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ…

Read More
onl3

ଭାରତର ଯବାନଙ୍କୁ ଦିଆଯିବ ‘ବୀରତା ପୁରସ୍କାର’: ସ୍ୱାଧୀନତା ଦିବସରେ ପ୍ରକୃତ ବୀରଙ୍କୁ ମିଳିବ ସମ୍ମାନ

ନୂଆଦିଲ୍ଲୀ: ରାତି ପାହିଲେ ସାରା ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଦେଶ ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଭାରତରେ ଖେଳିଯାଇଛି ଆନନ୍ଦ ଉଲ୍ଲାସର ଲହରୀ । ଏହି ଅବସରରେ ଦେଶର ପ୍ରକୃତ ବୀର ଭାରତୀୟ ଯବାନଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଦେଶର ୧୦୩ ଜଣ ବୀର ଯବାନଙ୍କୁ ବୀରତା ପୁରସ୍କାରରେ ସମ୍ମାନିତ କରାଯିବାକୁ ମଞ୍ଜୁରୀ ମିଳିଛି । ଏଥିମଧ୍ୟରେ ୩ ଜଣଙ୍କୁ ମରଣୋତ୍ତର ପୁରସ୍କାର ଏବଂ…

Read More
on6

ଫାସ୍‌ଟ୍ୟାଗ୍‌ ନଥିଲେ ୨ ଗୁଣା ଫି

ନୂଆଦିଲ୍ଲୀ: ଜାଣିଶୁଣି ଗାଡ଼ିର ସାମ୍ନା ୱିଣ୍ଡସିଲ୍ଡରେ ଫାସ୍‌ଟ୍ୟାଗ୍‌ ଲଗାଉନଥିବା ଲୋକମାନଙ୍କୁ ଅବହେଳା ମହଙ୍ଗା ପଡ଼ିବ। ସେଭଳି ଗାଡ଼ି ଚାଳକଙ୍କଠାରୁ ଦୁଇ ଗୁଣା ଅଧିକ ଫି’ ଆଦାୟ କରାଯିବ। ଏନେଇ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏକ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଗାଡ଼ି ସାମ୍ନା କାଚର ଭିତର ପାର୍ଶ୍ବରେ ଫାସ୍‌ଟ୍ୟାଗ୍‌କୁ ଲଗାଇବା ବ୍ୟବସ୍ଥା ରହିଛି। କିନ୍ତୁ କିଛି ଚାଳକ ତାହା ଲଗାଉନଥିବାରୁ ଟୋଲ୍ ଗେଟ୍‌ରେ ଗାଡ଼ି ଚଳାଚଳ ଅଯଥାରେ ବିଳମ୍ବ ହେଉଛି ଏବଂ ତାହା ଅନ୍ୟମାନଙ୍କ ଲାଗି…

Read More
onl1

ସକାଳୁ ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନ୍ସ: ୩ଟି ସ୍ଥାନରେ ଚଢ଼ାଉ

ଢେଙ୍କାନାଳ: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଘର ସମେତ ୩ଟି ସ୍ଥାନରେ  ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହରର ଷ୍ଟେସନ ବଜାରରେ ଥିବା ଘର, ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ ସମେତ କଟକ ଓ ଭୁବନେଶ୍ୱରରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି।ଭିଜିଲାନ୍ସ ଘଟଣାର ତଦନ୍ତ କରି ଗୁରୁବାର ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି।ଏହି ଚଢ଼ାଉରେ…

Read More
onl5

ରିଲାଏନ୍ସ ସହ ଟାଟା ଭଳି ବଡ କମ୍ପାନୀରେ ଛଟେଇ ଯୋଗୁଁ ଚାଲିଗଲା ୫୨ ହଜାର କର୍ମଚାରୀଙ୍କ ଚାକିରି

ନୂଆଦିଲ୍ଲୀ: ଭାରତର ଯୁବପିଢ଼ିମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି | ଦେଶରେ ଗତ ଆର୍ଥିକ ବର୍ଷରେ, ହଜାର ହଜାର ଲୋକ ଦେଶରେ ଛଟେଇର ଶିକାର ହୋଇଥିଲେ ଏବଂ ଆଶ୍ଚର୍ଯ୍ୟର କଥା ହେଉଛି, ଛଟେଇ କରିଥିବା କମ୍ପାନୀମାନଙ୍କ ମଧ୍ୟରେ ରିଲାଏନ୍ସ ଠାରୁ ଟାଟା ପର୍ଯ୍ୟନ୍ତ ଅନେକ କମ୍ପାନୀଙ୍କ ନାମ ରହିଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ଆର୍ଥିକ ବର୍ଷରେ ୫୨୦୦୦ ଲୋକଙ୍କର କେବଳ ରିଟେଲ କ୍ଷେତ୍ରରେ ଚାକିରି ହରାଇଛନ୍ତି। ଛଟେଇ…

Read More
onl1

ଷ୍ଟକ୍ ବଜାର‌ରେ ଝଡ଼: ଉଡ଼ିଗଲା ୧୭ ଲକ୍ଷ କୋଟି

ମୁମ୍ବାଇ: ଆମେରିକା ଅର୍ଥନୀତି ପ୍ରତି ମାନ୍ଦାବସ୍ଥା ବିପଦ ଏବଂ ଇରାନ୍ ଓ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଆଶଙ୍କା ସାରା ବିଶ୍ବର ଷ୍ଟକ୍ ବଜାରକୁ ଦୋହଲାଇ ଦେଇଛି। କେବଳ ଭାରତ ନୁହେଁ, ବିଶ୍ବର ପ୍ରାୟ ସବୁ ପ୍ରମୁଖ ଷ୍ଟକ୍ ବଜାରରେ ନିବେଶକମାନେ କ୍ଷତି ସହିଛନ୍ତି। ବହୁ ନିବେଶକ ଭୟଭୀତ ହୋଇ ନିଜ ପାଖରେ ଥିବା ସେୟାର ବିକ୍ରି କରିଛନ୍ତି। ଆମେରିକାରୁ ଆରମ୍ଭ ହୋଇଥିବା ଏହି ଝଡ଼ ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଭାରତ ଆଦି ଦେଶକୁ ବ୍ୟାପିଛି। ଝଡ଼ର…

Read More
on2

ND vs SL 1st T20: ଭାରତ-ଶ୍ରୀଲଙ୍କା ମ୍ୟାଚ୍ ପୂର୍ବରୁ ଆସିଲା ଦୁଃଖଦ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଖେଳାଳି

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ର ପ୍ରଥମ ମ୍ୟାଚ୍ ଶନିବାର ଦିନ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ଦ୍ରୁତ ବୋଲର ବିନୁରା ଫର୍ନାଣ୍ଡୋଙ୍କ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ସେ ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ଏହି ସୂଚନା…

Read More