onl`

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ; ମଧ୍ୟାହ୍ନରେ ପୁରୀ ଅତିକ୍ରମ କରିବ

ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତହୋଇଛି। ଏହା ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପୁରୀଠାରୁ ୧୧୦ କିମି ଦୂର କେନ୍ଦ୍ରୀଭୂତ ହୋଇଛି। ଆଜି ମଧ୍ୟାହ୍ନ ସମୟରେ ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।  ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି…

Read More

ଝାଡ଼ଖଣ୍ଡ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ଘଟିଛ-:

ଝାଡ଼ଖଣ୍ଡ ପୂର୍ବ ସିଂହଭୂମ ଜିଲ୍ଲାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ହାତୀ ଭାଙ୍ଗି ହତ୍ୟା କରିଥିଲା। →ରବିବାର ଦିନ ଝାଡ଼ଖଣ୍ଡ ପୂର୍ବ ସିଂହଭୂମ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ବନ ଅଧିକାରୀ କହିଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ ରବିବାର ସକାଳେ ଚାଉଟିଆ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଥଇଥାନ କରିବାକୁ ଯାଇଥିବା ବେଳେ ଜଣେ ସେପ୍ଟଏଗେରିଆନ ବ୍ୟକ୍ତି ପାଚିଡର୍ମ ଦ୍ୱାରା ଭାଙ୍ଗିପଡିଥିଲେ।। ହାତୀ…

Read More
on5

ମୋ ବିରୋଧରେ ଇଡି ଚଢ଼ଉ ପାଇଁ ଯୋଜନା ହୋଇଛି: ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଦାବି କରିଛନ୍ତି ଯେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କ ବିରୋଧରେ ଚଢ଼ଉ ପାଇଁ ଯୋଜନା କରିଥିବା ସେ କେତେକ ଭିତିରି ସୂତ୍ରରୁ ଜାଣିପାରିଛନ୍ତି। ଲୋକସଭାରେ କେନ୍ଦ୍ର ବଜେଟ୍‌-୨୦୨୪ ଉପରେ ଆଲୋଚନା ସମୟରେ ‘ଚକ୍ରବ୍ୟୁହ’ ଭାଷଣ ପାଇଁ ତାଙ୍କ ବିରୋଧରେ ଏହି ଯୋଜନା ହୋଇଥିବା ରାହୁଲ ଦାବି କରିଛନ୍ତି। ଏଥିପାଇଁ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ଏବଂ ଏପରିକି ସେମାନଙ୍କୁ ଚା’…

Read More
isro chief

ଆଇଆଇଟି ମାଡ୍ରାସରୁ ପିଏଚଡି ହାସଲ କଲେ ଇସ୍ରୋ ମୁଖ୍ୟ

ଗତ ବର୍ଷ ଅଗଷ୍ଟ ୨୩ରେ ଐତିହାସିକ ଚନ୍ଦ୍ରଯାନ-୩ ମିଶନରେ ଯେତେବେଳେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠକୁ ଛୁଇଁଲା ସେତେବେଳେ ସେ ବେଶ ଉଲ୍ଲସିତ ହୋଇ ଉଠିଥିଲେ। କିନ୍ତୁ ଏବେ ତାଙ୍କ ଖୁସି ଦୁଇ ଗୁଣିତ ହୋଇ ଯାଇଛି। କାରଣ ସେ ଆଜି ଆଇଆଇଟି-ମାଡ୍ରାସର ୬୧ ତମ ସମ୍ମିଳନୀରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ଏଠାରେ ଆମେ ଏରୋସ୍ପେସ୍ ଇଞ୍ଜିନିୟର ତଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍‌ ସୋମନାଥଙ୍କ କଥା କହୁଛୁ। ବର୍ତ୍ତମାନ ସେ ଡକ୍ଟର ସୋମନାଥ…

Read More
dengue

ଦିଲ୍ଲୀକୁ ଫେରିଲା ଡେଙ୍ଗୁ ଆତଙ୍କ: ୨ ଆକ୍ରାନ୍ତଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ଦିଲ୍ଲୀକୁ ପୁଣି ଥରେ ଡେଙ୍ଗୁ ଫେରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଚଳିତ ବର୍ଷ ରାଜଧାନୀରେ ଡେଙ୍ଗୁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ଅନୁଯାୟୀ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଲୋକ ନାୟକ ହସ୍ପିଟାଲରେ ଘଟିଛି। ସେହିପରି  ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ସଫଦରଜଙ୍ଗ ହସ୍ପିଟାଲରେ ହୋଇଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାର ନିୟନ୍ତ୍ରଣ ନ କଲେ ହୁଏତ ଆଗାମୀ…

Read More
onl3

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପୁଣି ଅସୁସ୍ଥ: ଏମ୍ସରେ ଭର୍ତ୍ତି

ଭୁବନେଶ୍ବର: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପୁଣି ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ସୋମବାର ବିଳମ୍ବିତ ରାତିରେ ଭର୍ତ୍ତି ହୋଇଛନ୍ତି। ମନ୍ତ୍ରୀ ଓରାମଙ୍କୁ ଏମ୍ସର ନ୍ୟୁ ପ୍ରାଇଭେଟ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Read More
onl2

ବିଜେଡିର ନୂଆ ଚାଲ୍: ଦେବୀଙ୍କ ନେତୃତ୍ୱରେ ୧୫ଜଣିଆ ଟିମ୍

ବରିଷ୍ଠ ନେତାମାନଙ୍କୁ ନେଇ ଗଢ଼ାଯାଇଥିବା ଏହି କମିଟି ରାଜ୍ୟବ୍ୟାପୀ ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା ନିମନ୍ତେ କାର୍ଯ୍ୟ କରିବ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ବିଜେଡିର ଦୀର୍ଘ ୨୪ବର୍ଷ ଶାସନର ପତନ କାହିଁକି ହେଲା ଓ କିଏ ଦାୟୀ ତା’ର ସମୀକ୍ଷା ପାଇଁ କମିଟି ଗଢ଼ିପାରୁନଥିବା ନବୀନ ଏବେ ଦଳର ବିଭିନ୍ନ ୱିଙ୍ଗକୁ ପଙ୍ଗୁ କରି ରଖି ୧୫ଜଣିଆ କମିଟିକୁ ଦଳୀୟ କାର୍ଯ୍ୟକ୍ରମ ପାଇଁ…

Read More
onl4

ଭୁବନେଶ୍ୱର-ପୁରୀ ରାସ୍ତାରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଜଳିଗଲା କାର୍

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବରାଗଡ଼ ଗ୍ରାମ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ କାର ଏକ ସ୍କୁଟିକୁ ପିଟିଲା ପରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଛି କାର୍। ଦୁର୍ଘଟଣାରେ ଜଳି ଯାଇଛି କାର୍। ପିପିଲି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଏକ ଷଣ୍ଢକୁ ରକ୍ଷା କରିବାକୁ ଯାଇ କାର୍ ଟି ସ୍କୁଟିକୁ ଧକ୍କା ଦେଇ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

Read More
on6

ବିଜେଡିର ସଙ୍ଗୀନ ଅଭିଯୋଗ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁପଛରେ ଅଛି ଷଡ଼ଯନ୍ତ୍ର

ନିର୍ବାଚନୀ ବିପର୍ଯ୍ୟୟ ପରେ ବିଜେଡି ନିଜର ହିତାହିତ ଜ୍ଞାନ ଭୁଲି ଏଭଳି ସଙ୍ଗୀନ ଅଭିଯୋଗ ଆଣିବାରେ ଲାଗିଛି, ଯାହା ଦଳ ପାଇଁ ବୁମେରାଂ ପାଲଟିଛି। ବିଜେଡି ଏବେ ତୁଚ୍ଛା ରାଜନୀତିକ ଚର୍ଚ୍ଚାରେ ରହିବାକୁ ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁକୁ ନେଇ ରାଜନୀତି କରିବାକୁ ପଛାଇ ନାହିଁ । କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ସଙ୍ଗୀନ ଅଭିଯୋଗ ଆଣିବା ସହ ନିଜ ସରକାରର ଅମଳରେ ରାଜ୍ୟରେ ବିକଶିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବାସ୍ତବତା ଉପରେ ମଧ୍ୟ…

Read More
6

‘ସୁଭଦ୍ରା’ ଯୋଜନା ଟଙ୍କା ପାଇବାକୁ ଭିନେ ହେଉଛନ୍ତି ଭାଇ, ବାପାଠୁ ଅଲଗା ହେଉଛି ପୁଅ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁର ଭାଉଚର୍‌ ମିଳିବ। ନିର୍ବାଚନୀ ଇସ୍ତାହାରରେ ବିଜେପି ଏହି ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟରେ ସରକାର ଗଢ଼ିବା ପରେ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ ତାରିଖ ସଂପର୍କରେ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ…

Read More