
କ୍ରୀଡ଼ା ପୁରସ୍କାରରୁ ବିଜୁଙ୍କ ନାଁ ହଟିବନି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାର ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ର ନାମ ବଦଳାଇ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ କରିଥିଲେ। ଏନେଇ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଗତ ୧୯ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜେଡି ଏହାକୁ କଡ଼ା ସମାଲୋଚନା କଲା। ୪୮ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ‘ୟୁ ଟର୍ଣ୍ଣ’ ମାରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି କହିଛନ୍ତି ଯେ ବିଜୁ ବାବୁଙ୍କ ନାମରେ ଦିଆଯାଉଥିବା କ୍ରୀଡ଼ା ପୁରସ୍କାରର ନାମ ବଦଳିବନି।…