on2

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC। କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି। ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭାଙ୍ଗି ଦିଆଯାଇଛି। ପିସିସି ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ପଦବୀରୁ ହଟିଛନ୍ତି। ଏଥିସହ ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭଙ୍ଗ କରାଯାଇଛି। ନୂଆକମିଟି ଗଠନ ହେବା ଯାଏ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି ଦାୟିତ୍ୱରେ ରହିବେ। ଓଡ଼ିଶା ପ୍ରଦେଶ କମିଟି ଭାଙ୍ଗିବା ପରେ କିଏ ହେବେ ନୂଆ…

Read More
pitambar acharya

ପୀତାମ୍ବର ଆଚାର୍ଯ୍ୟ ହେଲେ ଆଡଭୋକେଟ ଜେନେରାଲ

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ।ପୀତାମ୍ବରଙ୍କୁ ଏଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।୨୦୧୧ରେ ସେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନ୍ୟତା ହାସଲ କରିଥିଲେ। ରତ୍ନଭଣ୍ଡାର ଖୋଲିବା ଓ ଚାବି ହଜିବା ମାମଲା, ପୁରୀର ବଗଲା ଧର୍ମଶାଳାର ବେଆଇନ ଆଲଟମେଣ୍ଟ, ଭଦ୍ରକରେ ରାମ ନବମୀ ପାଳନ ଉପରେ ଜିଲ୍ଲା ପ୍ରଶାସନର କଟକଣା, ଆମ ଓଡ଼ିଶା ନବୀନ ଓଡ଼ିଶା ସ୍କିମର ବୈଧତା ଆଦି ଗୁରୁତ୍ୱପୂର୍ଣ୍ଣ ମାମଲା ଓ PIL ଆଦି ପାଇଁ ବିଜେପି ପକ୍ଷରୁ ଲଢ଼ିଥିଲେ। ୨୦୧୭ରେ ସେ…

Read More
onl2

ବୈଷୟିକ ଶିକ୍ଷା ଓ ଗବେଷଣାରେ ଏନ୍‌ଆଇଟି ରାଜ୍ୟରେ ଶ୍ରେଷ୍ଠ

ରାଉରକେଲା: ସର୍ବଭାରତୀୟ ସ୍ତରରେ ପୁଣି ଚମକିଛି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପ୍ରକାଶିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରୢାଙ୍କିଂ ଫ୍ରେମ୍‌ୱାର୍କ‌୍(ଏନ୍‌ଆଇଆର୍‌ଏଫ୍‌) ତାଲିକାରେ ଉତ୍କୃଷ୍ଟ ସ୍ଥାନରେ ରହିଛି। ଅନୁଷ୍ଠାନ ସମଗ୍ର ଦେଶରେ ସାମଗ୍ରିକ ବର୍ଗରେ ୩୪ତମ ସ୍ଥାନରେ ରହିଛି। ଏହି ବର୍ଗରେ ଏନ୍‌ଆଇଟି ଉପରକୁ କେବଳ ଶିକ୍ଷା ଓ ଅନୁଷ୍ଠାନ ଏବଂ କିଟ୍‌(ଭୁବନେଶ୍ବର) ରହିଛି। ବୈଷୟିକ ଶିକ୍ଷାନୁଷ୍ଠାନ ବର୍ଗରେ ଏନ୍‌ଆଇଟି ସମଗ୍ର ଦେଶରେ ୧୯ତମ ସ୍ଥାନରେ ରହିଛି। ଓଡ଼ିଶାର ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ତାଲିକାରେ ଏନ୍‌ଆଇଟି…

Read More

ହୋମଗାର୍ଡ ନିଯୁକ୍ତି ଉପରୁ କଟକଣା ହଟିଲା, ଓଆଇଏସଏଫରେ ୪ ହଜାର ନୂଆ ପଦବୀ ସୃଷ୍ଟି : ମୁଖ୍ୟମନ୍ତ୍ରୀ

ରାଜ୍ୟରେ ନୂଆ ହୋମଗାର୍ଡ ନିଯୁକ୍ତି ଉପରେ ବିଜେଡି ସରକାର ଲାଗୁ କରିଥିବା କଟକଣାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହଟାଇ ଦେଇଛନ୍ତି। ଏହାସହିତ ନକ୍ସଲ କିମ୍ବା ଅନ୍ୟାନ୍ୟ ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ମିଳିବ ବୋଲି ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାବେଳେ ଗୃହ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟରେ ନୂଆ…

Read More
onl1

ପାଣ୍ଡିଆନଙ୍କ ହେଲିକପ୍ଟର୍‌ ଉଡ଼ା ପ୍ରସଙ୍ଗ: ହେଲିପ୍ୟାଡ୍‌ ନିର୍ମାଣର ତଦନ୍ତ ହେବ

ଭୁବନେଶ୍ବର: ସରକାରୀ ଚାକିରିରେ ଥିବା ସମୟରେ ଭି କେ ପାଣ୍ଡିଆନ ରାଜ୍ୟ ସାରା ହେଲିକପ୍ଟରରେ ବୁଲୁଥିଲେ। ପାଖାପାଖି ୪୦୦ ଜାଗା ବୁଲିଛନ୍ତି। ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ବାହାନାରେ ବ୍ୟୟବହୁଳ ଗସ୍ତ କରୁଥିଲେ। ଏବେ ଏହାକୁ ସବୁ ଦିଗରୁ ତଦନ୍ତ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଦୁଇ ଦିନ ତଳେ ପରିବହନ ମନ୍ତ୍ରୀ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ହେବ ବୋଲି କହିଥିଲା ବେଳେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ପ୍ରସଙ୍ଗରେ ମୁହଁ…

Read More
onl2

ଆରଜି କର୍‌ର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଗିରଫ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବିବାଦରେ ସନ୍ଦୀପ ଗୋଟିଏ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆଜି…

Read More
on2

ମହିଳା ଏସିଆ କପ୍‌: ପାକିସ୍ତାନକୁ ମାତ ଦେଲା ଭାରତ

ବିଜୟରୁ ଏସିଆ କପ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଦଳ। ଶ୍ରୀଲଙ୍କାରେ ଆଜି ଠାରୁ ଏସିଆ କପ ଆରମ୍ଭ ହୋଇଛି। ଭାରତ ପ୍ରଥମ ମ୍ୟାଚରେ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏକତରଫା ଭାବେ ୭ ୱିକେଟରେ ୩୫ ବଲ ପୂର୍ବରୁ ହରାଇ ଦେଇଛି। ଏଥିସହ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ମହିଳା ଦଳ ନିଜର ଦବଦବା ଦେଖାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୧୯.୨ ଓଭରରେ ମାତ୍ର ୧୦୮ ରନ କରିଥିଲା। ଏହାର ଜବାବରେ ଭାରତ ୩ ୱିକେଟ…

Read More
on1

ବଜେଟରେ ଅଯୋଧ୍ୟାକୁ ଅଣଦେଖା ବିଜେପିକୁ ମହଙ୍ଗା ପଡ଼ିବ: ଫୈଜାବାଦ ସାଂସଦଙ୍କ ଚେତାବନୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୪ର ଉପସ୍ଥାପନା କରିଛନ୍ତି। ବଜେଟ୍‌ର ଭଲ ଏବଂ ଖରାପ ଦିଗକୁ ନେଇ ପ୍ରତିକ୍ରିୟା ଜାରି ରହିଛି। ଉତ୍ତରପ୍ରଦେଶର ବିରୋଧୀମାନେ ଲଗାତାର ଅଭିଯୋଗ କରୁଛନ୍ତି ଯେ ରାଜ୍ୟର କିଛି ଅଞ୍ଚଳକୁ ବଜେଟ୍‌ରେ ଅଣଦେଖା କରାଯାଇଛି। ଫୈଜାବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ ସମାଜବାଦୀ ପାର୍ଟି ସାଂସଦ ଅୱଧେଶ ପ୍ରସାଦ ଭାରତୀୟ ଜନତା ପାର୍ଟି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅୱାଧେଶ ପ୍ରସାଦ କେନ୍ଦ୍ର ବଜେଟ୍‌କୁ କହିଛନ୍ତି, ସଂଖ୍ୟାଲଘୁ ସରକାରକୁ ବଞ୍ଚାଇବା ପାଇଁ ଏହା…

Read More
onl3

ରାଜସ୍ଥାନରେ ବର୍ଷା ବିତ୍ପାତ, ୨ ଦିନରେ ୨୬ ମୃତ: ୟୁପିର ୩୩ ଜିଲ୍ଲାରେ ବନ୍ୟା

ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଗତ ୨ ଦିନ ମଧ୍ୟରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜୟପୁର ସମେତ ୪ଟି ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି। ରାଜସ୍ଥାନର ଟଙ୍କରେ ଥିବା ଜୟପୁର-କୋଟା ଜାତୀୟ ରାଜପଥ-୫୨ରେ ଅନେକ ସ୍ଥାନରେ ୨ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଛି। ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି। ସେହିଭଳି ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ଗଙ୍ଗା ଓ ଯମୁନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

Read More
onl1

ଓଡ଼ିଶାରେ ଲାଗୁ ହେବ ‘PESA’ ଆଇନ

ମନ୍ତ୍ରୀ ରବି ନାଏକ କହିଛନ୍ତି, ଆଦିବାସୀଙ୍କ ଅଧିକାର ପାଇଁ ପେଶା ଆଇନ ଆବଶ୍ୟକ। ସବୁ ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟରରେ ଭାଗ କରାଯିବ। ଯେଉଁଠି ବ୍ୟକ୍ତି ଓ ପରିବାରସ୍ତରୀୟ ଅଧିକାର ସୁରକ୍ଷା ପାଇଁ ଯୋଜନା ହେବ। ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି। ଏହା ଗୁରୁତର ବିଷୟ। ତେଣୁ ସଚେତନ ହେବା ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିଲ୍ ଆସିବା ନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ। ସୁପ୍ରିମକୋର୍ଟଙ୍କ…

Read More