on2

ଆଜି ଦାରୁବ୍ରହ୍ମଙ୍କ ନୀଳାଦ୍ରି ବିଜେ, ଜାଣନ୍ତୁ ନୀତି ନିର୍ଘଣ୍ଟ

 ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆଜି ଦାରୁବ୍ରହ୍ମଙ୍କ ନୀଳାଦ୍ରି ବିଜେ କରାଯିବ।  ନବଦିନ ବ୍ୟାପି ଘୋଷଯାତ୍ରା ଶେଷ କରି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବାହୁଡିବେ ଚତୁର୍ଦ୍ଦାମୂର୍ତ୍ତି। ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ ପହଣ୍ତି ଆରମ୍ଭ ହେବ। ରଥ ଉପରେ ଠାକୁରଙ୍କ ସଂନ୍ଧ୍ୟା ଆଳତୀ ଏବଂ ସଂନ୍ଧ୍ୟା ଧୂପପରେ ଚାରମାଳ ବନ୍ଧାଯିବ। ପାଳିକା ସେବକ ସିଂହାସନ ମାଜଣା କରିବେ। ଏହାପରେ ମହାପ୍ରଭୁଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରଯାଇ ଆରମ୍ଭ ହେବ  ନିଳାଦ୍ରୀ ବିଜେ। ଏନେଇ ପ୍ରଶାସନ ତରଫରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର…

Read More
on3

ଟ୍ରେନ ଲାଇନରୁ ସାମ୍ବାଦିକାଙ୍କ ମୃତଦେହ ଠାବ, ଜୀବନ ହାରିଥିବା ସନ୍ଦେହ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମହିଳା ସାମ୍ବାଦିକାଙ୍କ ମୃତଦେହ ଠାବ । ବାପୁଜୀ ନଗର ଟ୍ରେନଲାଇନ କଡ଼ରୁ କ୍ଷତାକ୍ତ ମୃତଦେହ ଜବତ । ମୃତ ସାମ୍ବାଦିକା ଜଣକ ହେଲେ ମଧୁସ୍ମିତା ପରିଡା । ସେ ରାଜଧାନୀର ଏକ ଘରୋଇ ଡିଜିଟାଲ ଗଣମାଧ୍ୟମରେ କାର୍ଯ୍ୟରତ ଥିଲେ । ସୂଚନାଯୋଗ୍ୟ ଯେ, ଆଜି (ବୁଧବାର) ସନ୍ଧ୍ୟା ୯ଟା ସମୟରେ ତାଙ୍କର ମୃତଦେହକୁ ବାପୁଜୀ ନଗର‌ ଭେନସ ଇନ୍ କଡ଼ର ଟ୍ରେନ ଲାଇନ କଡ଼ରୁ ଠାବ କରିଛି ଜିଆରପି ପୋଲିସ । ମୃତକ ଜଣଙ୍କ…

Read More
on4

ବର୍ଷା ଓ ଭୂସ୍ଖଳନରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଗଲାଣି ୨୩ ଜୀବନ

ଲ‌କ୍ଷ୍ନୌ: ଉତ୍ତରାଖଣ୍ଡ ଓ  ହିମାଚଳ ପ୍ରଦେଶରେ ଆକାଶଫଟା ବର୍ଷା ଓ ଭୂସ୍ଖଳନ ହେତୁ ୨୩ ଜଣଙ୍କ ଜୀବନ ଗଲାଣି। ଉତ୍ତରାଖଣ୍ଡରୁ ୧୫ ଜଣଙ୍କ ଜୀବନ ଯାଇଥିବା ବେଳେ ହିମାଚଳ ପ୍ରଦେଶରୁ ୮ ଜଣଙ୍କ ଜୀବନ ଯାଇଛି। ଭୂସ୍ଖଳନରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରୀ କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାରକାରୀମାନେ ହିମାଚଳ ପ୍ରଦେଶରେ ଡ୍ରୋନ୍ ନିୟୋଜିତ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଭାରତୀୟ ବାୟୁସେନା (ଆଇଏଏଫ୍‌) ଚିନୁକ୍ ଏବଂ ଏମ୍‌ଆଇ୧୭ ହେଲିକପ୍ଟର ଯୋଗେ କେଦାରନାଥକୁ…

Read More
onl2

ଆରଜି କର୍‌ର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଗିରଫ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବିବାଦରେ ସନ୍ଦୀପ ଗୋଟିଏ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆଜି…

Read More
on1

ବଜେଟରେ ଅଯୋଧ୍ୟାକୁ ଅଣଦେଖା ବିଜେପିକୁ ମହଙ୍ଗା ପଡ଼ିବ: ଫୈଜାବାଦ ସାଂସଦଙ୍କ ଚେତାବନୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୪ର ଉପସ୍ଥାପନା କରିଛନ୍ତି। ବଜେଟ୍‌ର ଭଲ ଏବଂ ଖରାପ ଦିଗକୁ ନେଇ ପ୍ରତିକ୍ରିୟା ଜାରି ରହିଛି। ଉତ୍ତରପ୍ରଦେଶର ବିରୋଧୀମାନେ ଲଗାତାର ଅଭିଯୋଗ କରୁଛନ୍ତି ଯେ ରାଜ୍ୟର କିଛି ଅଞ୍ଚଳକୁ ବଜେଟ୍‌ରେ ଅଣଦେଖା କରାଯାଇଛି। ଫୈଜାବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ ସମାଜବାଦୀ ପାର୍ଟି ସାଂସଦ ଅୱଧେଶ ପ୍ରସାଦ ଭାରତୀୟ ଜନତା ପାର୍ଟି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅୱାଧେଶ ପ୍ରସାଦ କେନ୍ଦ୍ର ବଜେଟ୍‌କୁ କହିଛନ୍ତି, ସଂଖ୍ୟାଲଘୁ ସରକାରକୁ ବଞ୍ଚାଇବା ପାଇଁ ଏହା…

Read More
on3

କ୍ରିକେଟ ପଡ଼ିଆରେ ହାଇଡ୍ରାମା: ପୁଅକୁ ନଖେଳାଇବାରୁ ପିଚ୍‌ରେ ବସିଲେ ମା

କ୍ରିକେଟ ପଡ଼ିଆରେ ହାଇଡ୍ରାମା। ପୁଅକୁ ନଖେଳାଇବାରୁ ପିଚ୍‌ରେ ବସିଲେ ମା ।ପୁଅକୁ ଚୂଡ଼ାନ୍ତ ଏକାଦଶରେ ସାମିଲ ନକରାଯିବାରୁ ପଡ଼ିଆରେ ପଶି ଖେଳ ବନ୍ଦ କରି ଦେଲେ ବାପାମା’। ଏମିତିକି ନ୍ୟାୟ ଦାବିରେ ପିଚ୍‌ରେ ବସି ରହିଥିଲେ ମା’। ଆଜି କଟକ ସନସାଇନ ପଡ଼ିଆରେ ଘଟିଛି ଏହି ଘଟଣା। ଆୟୁଷଙ୍କ ମା’ ରୋଜାଲିନ ମହାନ୍ତି କହିଛନ୍ତି, ମୋ ପୁଅ ଭୁବନେଶ୍ୱର ‘ଏ’ ପକ୍ଷରୁ ଖେଳିବାକୁ ଆସିଥିଲା। ଆଜି ସକାଳେ ସେ ଘରକୁ ଫେରି ଆତ୍ମହତ୍ୟା ଉଦ୍ୟମ କରିଥିଲା। କାରଣ…

Read More
onl2

ଗୁଜରାଟରେ ପ୍ରବଳ ବର୍ଷା; ୩ ମୃତ, ୨୦ ହଜାରରୁ ଅଧିକ ସ୍ଥାନାନ୍ତର

ଗୁଜରାଟରେ ଜାରି ରହିଛି ପ୍ରବଳ ବର୍ଷା। ଦୁଇ ଦିନ ହେବ ଲଗାଣ ବର୍ଷା ପରେ ସବୁଠି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। କାନ୍ଥ ଭୁଶୁଡ଼ି କିମ୍ବା ଅନ୍ୟାନ୍ୟ କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଗାମୀ କିଛି ଦିନ ମଧ୍ୟ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଭାରତ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଅଗଷ୍ଟ ୨୯ ତାରିଖ ସକାଳ…

Read More
onl3

ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ

କେବେ ଫେରିବେ ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ? ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ଏକ ବଡ଼ ଘୋଷଣା କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ଏନେଇ ନାସା ସ୍ପଷ୍ଟ କରିଛି। ଆସନ୍ତା ବର୍ଷ ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ବ୍ଲିମୋର। ଏଇ ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା…

Read More

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁରେ ଆଉ ଏକ ରେକର୍ଡ, ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ରଚିଲେ ଇତିହାସ

ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବିଶ୍ୱର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ରେକର୍ଡ କ୍ରୀଡା କ୍ଷେତ୍ରରେ ନୁହେଁ, ବରଂ ସୋଶାଲ ମିଡିଆ ପ୍ଲାଟଫର୍ମରେ ରଚିଛନ୍ତି। ସେ ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମରେ 100 କୋଟି ଫଲୋର୍ସରେ ପହଞ୍ଚିବାରେ ପ୍ରଥମ ବ୍ୟକ୍ତି ହୋଇ ପାରିଛନ୍ତି।  ବର୍ତ୍ତମାନ ସୋଶାଲ ମିଡିଆରେ ରୋନାଲ୍ଡୋଙ୍କର 100 କୋଟି ଫଲୋର୍ସ ଅଛନ୍ତି, ଯାହା ଅନ୍ୟ କୌଣସି ବ୍ୟକ୍ତିଙ୍କର ନାହାନ୍ତି। ରୋନାଲ୍ଡୋଙ୍କର ସର୍ବାଧିକ ଫଲୋର୍ସ ବା ଅନୁସରଣକାରୀ ଇନଷ୍ଟାଗ୍ରାମରେ ଅଛନ୍ତି।  ରିପୋର୍ଟ ଅନୁସାରେ,…

Read More
onl3

ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରବାହୁଡ଼ା

ଯାଜପୁର/ବରୀ: ରାଜ୍ୟ ରାଜନୀତିର ହଟ୍‌ସ୍ପଟ୍‌ ଯାଜପୁର ଜିଲ୍ଲାରେ ଚାଲିଥିବା ଦଳବଦଳ ରାଜନୀତି ଏବେ ବେଶ୍‌ ଚର୍ଚ୍ଚାରେ। ସକାଳେ ଯିଏ ବିଜେପିକୁ ଯାଉଛନ୍ତି, ସନ୍ଧ୍ୟାରେ ସ୍ଥାନୀୟ ନେତା ପୁଣି ସେମାନଙ୍କୁ ନିଜ ଦଳକୁ ଫେରାଇ ଆଣିବା ଲାଗି ସବୁ ବଳ ଖଟାଇ ଦେଉଛନ୍ତି। ସମ୍ମାନ ରକ୍ଷା ଓ ପତିଆରା ବୃଦ୍ଧି ପାଇଁ ଜିଲ୍ଲାରେ ଦୁଇ ପ୍ରମୁଖ ଦଳ ଏବେ ଛକାପଞ୍ଝା ସ୍ଥିତିରେ ରହିଛନ୍ତି। ଜିଲ୍ଲାର ଏ ଦଳ ଡିଆଁ ରୋଗ ଆଗକୁ ମହାମାରୀ ରୂପ ନ ନେଉ, ସେଥିପାଇଁ…

Read More