earthquake

୬.୬ ତୀବ୍ରତାଯୁକ୍ତ ଭୂକମ୍ପରେ ଥରିଲା କାନାଡ଼ା

ଅଟୱା: କାନାଡ଼ାରେ ୬.୬ ତୀବ୍ରତାଯୁକ୍ତ ବଡ଼ ଧରଣର ଭୂକମ୍ପ ଘଟିଛି। କାନାଡ଼ାର ବ୍ରିଟିଶ କଲମ୍ବିଆରେ ପ୍ରଶାନ୍ତ ମହାସାଗର ଉପକୂଳରେ ଏହି ଭୂକମ୍ପ ଘଟିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ (ୟୁଏସଜିଏସ) ଭାରତୀୟ ସମୟ ବିଳମ୍ବିତ ରାତିରେ ଘଟିଥିବା ଏହି ଭୂକମ୍ପ ବ୍ରିଟିଶ କଲମ୍ବିଆର ଉପକୂଳବର୍ତ୍ତୀ ସହର ପୋର୍ଟ ମ୍ୟାକନିଲ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଶାନ୍ତ ମହାସାଗରରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଲୋକଙ୍କୁ ଆତଙ୍କିତ ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।…

Read More
on8

ରାଜ୍ୟରେ ବନ୍ଦ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବଦଳିଲା ‘କାଳିଆ’ 

ଭୁବନେଶ୍ବର: ରାଜ୍ୟରେ ବନ୍ଦ ହେଲା ନବୀନ ସରକାରଙ୍କ ବହୁଚର୍ଚ୍ଚିତ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ (BSKY) । ଏହାକୁ ବନ୍ଦ କରି,ଏହା ପରିବର୍ତ୍ତେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ମୋହନ ସରକାର । ଏହା ସହ ମୋଦି ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ମଧ୍ୟ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଆଜି ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି ।…

Read More
on3

ସ୍ବତନ୍ତ୍ର ପ୍ୟାକେଜ୍ ପାଇ ଚନ୍ଦ୍ରବାବୁ, ନୀତୀଶ ଖୁସ୍

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁ ବଜେଟ୍‌କୁ ନେଇ ଖୁସି ଜାହିର କରିଛନ୍ତି । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟ ପାଇଁ ଏକାଧିକ ଉନ୍ନୟନ ପ୍ରକଳ୍ପ ଘୋଷଣା କରିଛନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ଦ୍ବାରା ଟିଡିପି ସୁପ୍ରିମୋ ନାଇଡୁ ଖୁସିବ୍ୟକ୍ତ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବତନ୍ତ୍ର ପାହ୍ୟା…

Read More
onl6

ଭଙ୍ଗା ହେବ ଓଡ଼ିଶା ଭବନ

ଭଙ୍ଗା ହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଏହାକୁ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶାର ୩ଟି ଭବନ- ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା। ଏହାକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ ତାରିଖରେ…

Read More
on3

ସାଟେଲାଇଟ୍ ଫଟୋରେ ୱାୟନାଡ ଭୂସ୍ଖଳନ

କେରଳର ୱାୟନାଡ଼ରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଭାରତୀୟ ଉପଗ୍ରହଦ୍ୱାରା ନିଆଯାଇଥିବା ହାଇ ରିଜଲ୍ୟୁସନ ଫଟୋରେ ଦେଖିବାକୁ ମିଳୁଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପୂର୍ବରୁ ଓ ପରେ ମିଳିଥିବା ଫଟୋରୁ ଜଣାପଡୁଛି ଯେ ପ୍ରାୟ ୮୬,୦୦୦ ବର୍ଗମିଟର ମାଟି ଧସିଯାଇଥିଲା ଏବଂ ଇରୁବୈଇଫୁଜା ନଦୀରେ ପ୍ରାୟ ୮ କିଲୋମିଟର ପର୍ଯ୍ୟନ୍ତ ମାଟି-କାଦୁଅ ଆଦି ପ୍ରବାହିତ ହୋଇଥିଲା। ଭାରତୀୟ ମହାକାଶ…

Read More
on5

ୟେମେନର ହୁତି ଶିବିରରେ ଇସ୍ରାଏଲ୍‌ର ଆକ୍ରମଣ

ନୂଆଦିଲ୍ଲୀ: ଇସ୍ରାଏଲର ଯୁଦ୍ଧ ବିମାନ ଆଜି ଇସ୍ରାଏଲ ଠାରୁ ୧୮୦୦ କିମି ଦୂର ୟେମେନର ହୁଦାୟଦା ବନ୍ଦର ସହର ଉପରେ ଜୋରଦାର ଆକ୍ରମଣ କରିଛି। ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୭ଜଣ ଆହତ‌ ହୋଇଛନ୍ତି। ଦୁଇଦିନ ପୂର୍ବେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ତେଲ୍‌ ଆଭିଭ ଉପରେ ଡ୍ରୋନ୍‌ ଆକ୍ରମଣ କରିଥିଲେ। ଏଥିରେ ଜଣେ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଜବାବରେ ଆଜି ଇସ୍ରାଏଲ ୟେମେନରେ ଥିବା ହୁତି ବିଦ୍ରୋହୀଙ୍କ ଆଡ଼ା ଉପରେ…

Read More
onl3

ଛାତ୍ରୀନିବାସ ଶୌଚାଳୟରେ ଗୁପ୍ତ କ୍ୟାମେରା: ୩୦୦ ଭିଡିଓ ଲିକ୍‌, ପ୍ରବଳ ଉତ୍ତେଜନା

ମଛଲିପଟ୍ଟନମ୍: ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଛାତ୍ରୀନିବାସ ଶୌଚାଳୟରୁ ଗୁପ୍ତ କ୍ୟାମେରା ମିଳିବା ପରେ ଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।  ଏଥିପାଇଁ ଦୋଷୀଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବିରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଛାତ୍ରଛାତ୍ରୀ ଏକଜୁଟ ହୋଇ ବିଭିନ୍ନ ସ୍ଥାନରେ ପ୍ରତିବାଦ  କରିବାପରେ  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଏକ ମାମଲା ରୁଜୁ କରାଯିବା ସହ ଜଣେ ଶେଷ…

Read More
onl1

ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର; ସ୍ଥାନାନ୍ତର ହେଉଛି ଖାଲି ସିନ୍ଦୁକ ଓ ଆଲମିରା

ଆଜି ପୁଣି ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରାଗୁଡ଼ିକୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର କରାଯାଉଛି। ଏଥିପାଇଁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଛନ୍ତି। ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି…

Read More
onl2

ଡିଜେଲ କାର ତିଆରି କରିବା ବନ୍ଦ କର, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ବୟାନ ଦେଇଛନ୍ତି । ଡିଜେଲ ଗାଡ଼ିକୁ ବିଦାୟ ଦେବାକୁ ସେ କମ୍ପାନି ଓ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସିଆଇଆଇର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନୀତିନ ଗଡ଼କରୀ ଡିଜେଲକୁ ବିଦାୟ ଦେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଡିଜେଲ ଯାନ ଉତ୍ପାଦନ ବନ୍ଦ କରିବାକୁ କାର୍ ନିର୍ମାତାଙ୍କୁ ସେ ନିବେଦନ କରିଛନ୍ତି। ଗଡ଼କରୀ କହିଛନ୍ତି ଯେ ଯଦି ଡିଜେଲ ଯାନର…

Read More
onl1

ଭିନେଶ ଫୋଗାଟଙ୍କ ପଦକ ନିଷ୍ପତ୍ତି ପୁଣି ଘୁଞ୍ଚିଲା

ପୁଣିଥରେ ଘୁଞ୍ଚିଛି ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ପଦକ ନିଷ୍ପତ୍ତି। ଆସନ୍ତା ୧୬ ତାରିଖ ରାତି ୯ଟା ୩୦ ସୁଦ୍ଧା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ତା’ର ଚୂଡ଼ାନ୍ତ ରାୟ ପ୍ରକାଶ କରିବ। ଏହାକୁ ମିଶାଇ ତୃତୀୟ ଥର ପାଇଁ ସିଏଏସ୍‌ ନିଷ୍ପତ୍ତି ଘୁଞ୍ଚିଛି। ଏବେ ସମସ୍ତ ଭାରତୀୟଙ୍କ ଅପେକ୍ଷା ୧୬କୁ ବଢ଼ିଛି।  ସିଏଏସ୍‌ ଆଡ ହକ ଡିଭିଜନ ପକ୍ଷରୁ କୁହାଯାଇଛି ଯେ ସଂସ୍ଥାର ସଭାପତି ପ୍ୟାନେଲର ନିଷ୍ପତ୍ତି ଘୋଷଣା କରାଯିବାର ସମୟସୀମାକୁ ୧୬ ଅଗଷ୍ଟ…

Read More