ପାଣ୍ଡିଆନଙ୍କ ହେଲିକପ୍ଟର୍‌ ଉଡ଼ା ପ୍ରସଙ୍ଗ: ହେଲିପ୍ୟାଡ୍‌ ନିର୍ମାଣର ତଦନ୍ତ ହେବ

onl1
Please follow and like us:

ଭୁବନେଶ୍ବର: ସରକାରୀ ଚାକିରିରେ ଥିବା ସମୟରେ ଭି କେ ପାଣ୍ଡିଆନ ରାଜ୍ୟ ସାରା ହେଲିକପ୍ଟରରେ ବୁଲୁଥିଲେ। ପାଖାପାଖି ୪୦୦ ଜାଗା ବୁଲିଛନ୍ତି। ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ବାହାନାରେ ବ୍ୟୟବହୁଳ ଗସ୍ତ କରୁଥିଲେ। ଏବେ ଏହାକୁ ସବୁ ଦିଗରୁ ତଦନ୍ତ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଦୁଇ ଦିନ ତଳେ ପରିବହନ ମନ୍ତ୍ରୀ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ହେବ ବୋଲି କହିଥିଲା ବେଳେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ହେଲିପ୍ୟାଡ୍‌ ନିର୍ମାଣ ସରକାରୀ ଖର୍ଚ୍ଚରେ କରାଯାଉଥିଲା। ସେ ପାଖାପାଖି ୪୦୦/୪୫୦ ଜାଗା ବୁଲିଛନ୍ତି। ଏଥି ପାଇଁ ହୋଇଥିବା ହେଲିପ୍ୟାଡ୍‌ ବାବଦରେ ଖୁବ୍‌ଶୀଘ୍ର ତଦନ୍ତ କରାଯିବ।

ପୁଣି ହେଲିକପ୍ଟର ଅବତରଣ ପାଇଁ କେମିତି ପ୍ରକ୍ରିୟା କରିଥିଲେ? ଏସବୁକୁ ତଦନ୍ତ ପରିସରଭୁକ୍ତ କରାଯିବ। ସୂଚନାଯୋଗ୍ୟ ଯେ ଗତ ୯ ତାରିଖରେ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଥିଲେ, ପାଣ୍ଡିଆନଙ୍କ ‌ହେଲିକପ୍ଟର ବୁଲାରେ ରାଜକୋଷରୁ କେତେ ଖର୍ଚ୍ଚ ହୋଇଛି ତାହାର ଯାଞ୍ଚ୍‌ କରାଯାଉଛି। ଏହି ପ୍ରସଙ୍ଗ‌ରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Please follow and like us:

Leave a Reply

Your email address will not be published. Required fields are marked *