ପାରାଲିମ୍ପିକ୍ସରୁ ପ୍ରମୋଦ ବାଦ୍: ବିଡବ୍ଲ୍ୟୁଏଫ୍‌ ଦ୍ବାରା ୧୮ ମାସ ନିଲମ୍ବିତ ‌

onl2
Please follow and like us:

ଭୁବନେଶ୍ବର: ପାରା କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଜବରଦସ୍ତ ଝଟ୍‌କା। ଟୋକିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତଙ୍କୁ ଦେଢ଼ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ ମହାସଂଘ (ବିଡବ୍ଲ୍ୟୁଏଫ୍‌)ର ‘ଆଣ୍ଟି ଡୋପିଂ ଅବସ୍ଥିତି’ ନିୟମ ପାଳନରେ ବିଫଳ ହେବାରୁ ପ୍ରମୋଦଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଏଥିସହିତ ପ୍ୟାରିସ୍‌ରେ ଆରମ୍ଭ ହେବାକୁ ଥିବା ପାରାଲିମ୍ପିକ୍ସରେ ପ୍ରମୋଦଙ୍କୁ ନେଇ ଯେଉଁ ସ୍ବପ୍ନ ରାଜ୍ୟବାସୀ ଦେଖୁଥିଲେ, ତାହା ଧୂଳିସାତ୍ ହୋଇଯାଇଛି। ସେ ଏବେ ମୁକୁଟ ବଜାୟ ରଖିପାରିବେ ନାହିଁ। ଅନ୍ୟପକ୍ଷରେ ୧୨ ମାସ ମଧ୍ୟରେ ଏହି ‘ଅବସ୍ଥିତି’ ବିଫଳତା ଉଦ୍ଦେଶ୍ୟମୂଳକ ନଥିଲା ବରଂ ଏହା କେବଳ ‘ବୈଷୟିକ ତ୍ରୁଟି’ ଥିଲା ବୋଲି ପ୍ରମୋଦ ପ୍ରତିକ୍ରିୟା ରଖିଛନ୍ତି।

ବିଡବ୍ଲ୍ୟୁଏଫ୍‌ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ କୋର୍ଟ ଅଫ୍‌ ଆର୍ବିଟ୍ରେସନ୍‌ ଅଫ୍‌ ସ୍ପୋର୍ଟ (କାସ୍‌) ଆଣ୍ଟି ଡୋପିଂ ଡିଭିଜନ୍‌ ଦ୍ବାରା ପ୍ରମୋଦ, ବିଡବ୍ଲ୍ୟୁଏଫ୍‌ ଆଣ୍ଟି ଡୋପିଂ ନିୟମ ଅନ୍ତର୍ଗତ ହୋ‌ୟାରଏବାଉଟ୍‌ସ ବା ଅବସ୍ଥିତି ଧାରାକୁ ତିନିଥର ପୂରଣ କରିବାରେ ବିଫଳ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଏହା ବିରୋଧରେ ପ୍ରମୋଦ ଗତ ମାସ ୨୯ ତାରିଖରେ କାସ୍‌ରେ ଅପିଲ୍‌ କରିଥିଲେ ମଧ୍ୟ ତାହାକୁ ଖାରଜ କରିଦିଆଯାଇଥିଲା। ତେଣୁ ତାଙ୍କୁ ନିଲମ୍ବନ କରାଯାଇଛି। ଏହା ୨୦୨୫ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

Please follow and like us:

Leave a Reply

Your email address will not be published. Required fields are marked *