ଅଫିସ ବ୍ରେକରେ ସେକ୍ସ କରିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ

putin
Please follow and like us:

କାମ ବେଳେ ସେକ୍ସ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଅଫିସ କାମ ବେଳେ ହେଉଥିବା ଲଞ୍ଚ ଓ କଫି ବ୍ରେକ ବେଳେ କର୍ମଚାରୀମାନେ ସେକ୍ସ କରିବା ଦରକାର ବୋଲି ସେ କହିଛନ୍ତି। ରୁଷରେ ଜନ୍ମ ହାର କମିବାକୁ ଲାଗିଥିବାରୁ ପୁଟିନ ଏଭଳି ପରାମର୍ଶ ଦେଇଛନ୍ତି।

ମେଟ୍ରୋରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ରୁଷରେ ବର୍ତ୍ତମାନ ଜନ୍ମ ହାର ପ୍ରତି ମହିଳା ପିଛା ୧.୫ ରହିଛି। ଜନସଂଖ୍ୟାରେ ସ୍ଥିରତା ପାଇଁ ପିଲା ଜନ୍ମ ହାର ୨.୧ ରହିବା କଥା। କିନ୍ତୁ ରୁଷ ପଛରେ ପଡ଼ିଥିବାରୁ ପୁଟିନ ଅଫିସ ବ୍ରେକ ସମୟରେ କର୍ମଚାରୀମାନଙ୍କୁ ସେକ୍ସ କରିବାକୁ କହିଛନ୍ତି।

ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ରୁଷର ଜନସଂଖ୍ୟା କମିବାରେ ଲାଗିଛି। ଲକ୍ଷାଧିକ ଯୁବଗୋଷ୍ଠୀ ଦେଶ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି। ଏହାର ପ୍ରଭାବ ଜଦସଂଖ୍ୟା ଉପରେ ପଡ଼ିଛି।

ରୁଷର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ୟେଭଗେନୀ ଶେଷ୍ଟପାଲୋଭ କହିଛନ୍ତି ଯେ ପ୍ରସବ କରିବା ପାଇଁ କାମ କେବେ ହେଲେ ବାଧକ ସାଜିବା କଥା ନୁହେଁ। ରୁଷର ଲୋକମାନେ ପରିବାର ବୃଦ୍ଧି ପାଇଁ ଲଞ୍ଚ ଓ କଫି ବ୍ରେକର ଫାଇଦା ଉଠାବା ଉଚିତ। କାମରେ ବ୍ୟସ୍ତ ରହିବାର ଆଳ ଦେଖାଇବା ବୈଧ କାରଣ ନୁହେଁ। ଏହା କେବଳ ତୁଚ୍ଛା ବାହାନା। ଆପଣମାନେ ବ୍ରେକ ବେଳେ ପରିବାର ବୃଦ୍ଧି କରିବା ପାଇଁ ଚେଷ୍ଟା କରିପାରିବେ। କାରଣ ଜୀବନ ଖୁବଶୀଘ୍ର ବଦଳି ଯାଏ। ବ୍ରେକ ସମୟରେ ଜଣେ ଚାହିଁଲେ ପିଲା କରିପାରିବେ ବୋଲି ସେ କହିଛନ୍ତି।

ରୁଷର ଜନ୍ମ ହାର ହ୍ରାସକୁ ରୋକିବା ପାଇଁ କ୍ରେମଲିନ୍ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନେଇଛି। ମସ୍କୋରେ ୧୮ରୁ ୪୦ ବର୍ଷ ବୟସର ମହିଳାମାନଙ୍କୁ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଓ ସାମର୍ଥ୍ୟର ମୂଲ୍ୟାଙ୍କନ ପାଇଁ ପରିକଳ୍ପିତ ମାଗଣା ପ୍ରଜନନ ସ୍କ୍ରିନିଂରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଉଛି। ରୁଷର ଚେଲାବିନସ୍କ୍ ଅଞ୍ଚଳରେ ଜନ୍ମ ହାର ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଇଛି।

Please follow and like us:

Leave a Reply

Your email address will not be published. Required fields are marked *