ରାଜସ୍ଥାନରେ ବର୍ଷା ବିତ୍ପାତ, ୨ ଦିନରେ ୨୬ ମୃତ: ୟୁପିର ୩୩ ଜିଲ୍ଲାରେ ବନ୍ୟା

onl3
Please follow and like us:

ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଗତ ୨ ଦିନ ମଧ୍ୟରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜୟପୁର ସମେତ ୪ଟି ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି। ରାଜସ୍ଥାନର ଟଙ୍କରେ ଥିବା ଜୟପୁର-କୋଟା ଜାତୀୟ ରାଜପଥ-୫୨ରେ ଅନେକ ସ୍ଥାନରେ ୨ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଛି। ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି। ସେହିଭଳି ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ଗଙ୍ଗା ଓ ଯମୁନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୩୩ଟି ଜିଲ୍ଲା ବନ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ବାରାଣସୀରେ ଗଙ୍ଗାନଦୀରେ ୬୫ଟି ଘାଟ ଜଳମଗ୍ନ ହୋଇଛି। ସେଠାରେ ଲୋକଙ୍କୁ ଉଦ୍ଧାର ପାଇଁ ଏନ୍‌ଡିଆରଏଫ୍‌ ମୁତୟନ କରାଯାଇଛି। ଏହି ବନ୍ୟାରେ ପ୍ରାୟ ୨.୫୦ ଲକ୍ଷ ଲୋକ ଗୁରୁତର ପ୍ରଭାବିତ ହୋଇଛନ୍ତି।

ହିମାଚଳ ପ୍ରଦେଶର ଚମ୍ବାରେ ପାହାଡ଼ ଧସିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ୟୁପି-ଉତ୍ତରାଖଣ୍ଡ ଏବଂ ହରିୟାଣା ସୀମାରେ ଅବସ୍ଥିତ ହାଥନିକୁଣ୍ଡ ବ୍ୟାରେଜରୁ ଯମୁନା ନଦୀକୁ ୪୦ ହଜାର କ୍ୟୁସେକ ଜଳ ଛଡ଼ାଯାଇଛି। ଫଳରେ ଯମୁନାର ଜଳସ୍ତର ୧ ଲକ୍ଷ କ୍ୟୁସେକ୍‌କୁ ବୃଦ୍ଧି ପାଇଛି। ଏହା ସାହାରଣପୁର ସମେତ ଅନେକ ଜିଲ୍ଲାକୁ ପ୍ରଭାବିତ କରିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅଗଷ୍ଟ ୧୪ରେ ଅରୁଣାଚଳ ପ୍ରଦେଶ, ତାମିଲନାଡୁ, କେରଳ, ପୁଡୁଚେରୀ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ରହିଛି। ସେହଭଳି ମଧ୍ୟପ୍ରଦେଶରେ ମଧ୍ୟ ବର୍ଷା ବିପର୍ଯ୍ୟୟ ଦେଖିବାକୁ ମିଳିଛି। ମୋରେନାରେ ଏକ ବିଶାଳ ପୋଖରୀ ଭାଙ୍ଗିଯିବାରୁ ୪ଟି ଗାଁରେ ପାଣି ପଶିଯାଇଛି। ଏଥିପାଇଁ ୨୦ଟି ଗାଁରେ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି।

Please follow and like us:

Leave a Reply

Your email address will not be published. Required fields are marked *