ୟୁକ୍ରେନ ଉପରେ ରୁଷର ବଡ଼ ଧରଣର ଆକ୍ରମଣ, ହାଇଆଲର୍ଟ ଜାରି

onl3
Please follow and like us:

କିଛି ଦିନର ବିରତି ପରେ ପୁଣି ତୀବ୍ର ହୋଇଛି ରୁଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ରାଜଧାନୀ କିଭ୍ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ। 

ସୂଚନା ମୁତାବକ, ପ୍ରଥମେ ରୁଷ ଉପରେ ଆକ୍ରମଣ କରିଥିଲା ୟୁକ୍ରେନ। ଏହାପରେ ରୁଷ ୟୁକ୍ରେନର ରାଜଧାନୀ କିଭ୍ ସମେତ ଏକାଧିକ ସହର ଉପରେ ମିସାଇଲ ମାଡ଼ କରିଛି। ଫଳରେ ୟୁକ୍ରେନର ବିଭିନ୍ନ ସହରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି। ଲୋକମାନେ ଭୟଭୀତ ହୋଇ ଭୂତଳ ମେଟ୍ରୋ ଷ୍ଟେସନ ଏବଂ ବଙ୍କରରେ ଲୁଚି ଯାଇଛନ୍ତି।

ସୋଶାଲ ମିଡିଆରେ ଆକ୍ରମଣର ଭିଡିଓ ଭାଇରାଲ୍ ହେଉଛି। ୟୁକ୍ରେନର ରାଜଧାନୀ କିଭର ଏକ ବଡ଼ କୋଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସହରରେ ବିଦ୍ୟୁତ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ, ରୁଷ କିଭ୍ ଉପରେ ଡ୍ରୋନ୍ ଆକ୍ରମଣ କରିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ରୁଷର ୧୦ଟି ଡ୍ରୋନକୁ ନଷ୍ଟ କରି ଦିଆଯାଇଛି। ସେନା ପକ୍ଷରୁ ସତର୍କ ରହିବା ସହ ହାଇଆଲର୍ଟ ଜାରି କରାଯାଇଛି।

ସେପଟେ ଆଗାମୀ କିଛି ଘଣ୍ଟା ମଧ୍ୟରେ ରୁଷ ପୁଣି ବଡ ଧରଣର ଆକ୍ରମଣ କରିବା ନେଇ ଆଶଙ୍କା କରାଯାଉଛି। ଏପରି ହେଲେ ପୁଣି ଥରେ ଯୁଦ୍ଧ ତୀବ୍ର ହୋଇପାରେ।

Please follow and like us:

Leave a Reply

Your email address will not be published. Required fields are marked *