ଅଲିମ୍ପିକ୍ସ ପରେ ଶ୍ରୀଜେଶ୍‌ଙ୍କ ଅବସର

on4
Please follow and like us:

ନୂଆଦିଲ୍ଲୀ: ଭାରତୀୟ ହକି ଦଳର କିଂବଦନ୍ତି ଗୋଲ୍‌ ରକ୍ଷକ ପିଆର୍‌ ଶ୍ରୀଜେଶ୍ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ପ୍ୟାରିସ୍ ଅଲିମ୍ପିକ୍ସ ପରେ ଅବସର ନେବେ। ୧୮ ବର୍ଷର ଅନ୍ତର୍ଜାତୀୟ ହକି ଜୀବନରେ ପୂର୍ଣ୍ଣଛେଦ ଟାଣିବେ। ୩୬ ବର୍ଷୀୟ ଶ୍ରୀଜେଶ୍ ୩୨୮ ହକି ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରି ଅଜସ୍ର ସଫଳତା ସାଉଁଣ୍ଟିଛନ୍ତି। ତାଙ୍କ ଅବସର ପରେ ଭାରତୀୟ ହକିରେ ଏକ ଜାଜ୍ଜ୍ବଲ୍ୟମାନ ଯୁଗର ଅବସାନ ଘଟିବ। ଶ୍ରୀଜେଶ୍ ତିନିଟି ଅଲିମ୍ପିକ୍ସ, ଏକାଧିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ବିଶ୍ବକପ୍‌ ଖେଳି ସାରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ତାଙ୍କର ଚତୁର୍ଥ ଅଲିମ୍ପିକ୍ସ ହେବ। ଗତ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ଜିତିଥିବା ଭାରତୀୟ ଦଳର ମଧ୍ୟ ସେ ଅନ୍ୟତମ ସଦସ୍ୟ ଥିଲେ।

ସୂଚନାଯୋଗ୍ୟ ଯେ ନିଜ ମଜାଦାର କଥା ଓ କୌତୁକିଆ ଉତ୍ସବ ପାଳନ ଶୈଳୀ ପାଇଁ ପରିଚିତ ଶ୍ରୀଜେଶ୍ ୨୦୦୬ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୨୦୧୪ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଏବଂ ୨୦୧୮ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ତାଙ୍କ ଖେଳ ଜୀବନକୁ ନୂଆ ମୋଡ଼ ଦେଇଥିଲା। ୨୦୧୮ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ବିଜୟ ଏବଂ ୨୦୧୯ ଏଫ୍‌ଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍‌ରେ ବିଜେତା ହେବା ତାଙ୍କ କ୍ୟାରିୟରର ଅନ୍ୟ ଦୁଇ ପ୍ରମୁଖ ସଫଳତା ଥିଲା। ୨୦୨୧ରେ ସେ ବିଶ୍ବ କ୍ରୀଡ଼ାର ଶ୍ରେଷ୍ଠ ଆଥଲେଟ୍ ପୁରସ୍କାର ଲାଭ କରିଥିଲେ। ୨୦୨୧ରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଥିଲେ। ୨୦୨୧, ୨୦୨୨ରେ ଏଫ୍‌ଆଇଏଚ୍‌ର ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ଲାଭ କରିଥିଲେ।

Please follow and like us:

Leave a Reply

Your email address will not be published. Required fields are marked *