ସୁଭଦ୍ରା ଯୋଜନା ନାମରେ ଜନସେବା କେନ୍ଦ୍ର ଲୁଟିବାରେ ବ୍ୟସ୍ତ:-

7
Please follow and like us:

ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ସୁଭଦ୍ରା ଯୋଜନା ପାଇଁ କୌଣସି ବିଜ୍ଞପ୍ତି ନ ବାହାରିଥିଲେ ସୁଦ୍ଧା ଜନ ସେବା କେନ୍ଦ୍ର ଗୁଡିକରେ ଭିଡ ଜମାଉଛନ୍ତି ଗ୍ରାମ ଅଞ୍ଚଳ ଓ ସହରା ଅଞ୍ଚଳ ଲୋକ । ଆଉ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖ୍ ଜନସେବା କେନ୍ଦ୍ର ମାଲିକ ମାନେ ସଧାରଣ ଜନତାଙ୍କୁ ମନଇଛା ଲୁଟୁଛନ୍ତି। ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ଏହି ଯୋଜନାର କୌଣସି ସଠିକ ରୂପରେଖ ଜାରି ହୋଇନଥିବା ବେଳେ କିଛି ବିଭ୍ରାନ୍ତିକର ଖବର ଦେଖି ସଧାରଣ ଲୋକେ ଖର୍ଚ୍ଚାନ୍ତ ହେଉଥ‌ିବା ଦେଖିବାକୁ ମିଳୁଛି।

ଏହି ଯୋଜନାରେ କଣ କାଗଜ ପତ୍ର ଆବଶ୍ୟକ ରହିଛି ତାହା ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନକରି ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳର ଲୋକେ ଜନସେବା କେନ୍ଦ୍ର ଗୁଡ଼ିକରେ ଭିଡ଼ ଜମାଉଛନ୍ତି। ସରକାରଙ୍କ ତରଫରୁ ଆୟ ପ୍ରମାଣ ପତ୍ର, ବାସ ସ୍ଥାନ ପ୍ରମାଣ ପତ୍ର ବାହାର କରିବା ପାଇଁ କୌଣସି ଦେୟ ପୈଠ ସର୍ତ୍ତାବଳି ନିୟମ ନଥିବା ବେଳେ ଜନ ସେବା କେନ୍ଦ୍ର ଗୁଡିକ ପ୍ରମାଣ ପତ୍ର ଗୋଟିକ ପାଇଁ ୨୦୦ରୁ ୩୦୦ ଶହ ନେଉଛନ୍ତି। ଜନସେବା କେନ୍ଦ୍ରଗୁଡିକ ଏଥି ପାଇଁ ତାଙ୍କ ଇଣ୍ଟରନେଟ ଓ ମଜୁରୀ ବାବଦକୁ କିଛି ଟଙ୍କା ନେବା କଥା ହେଲେ ସେମାନେ ବହୁ ଅଧିକ ଟଙ୍କା ନେଇଛନ୍ତି।

ଏନେଇ ଜଣେ ଜନ ସେବା କେନ୍ଦ୍ର ମାଲିକ ମଧ୍ୟ କହିଛନ୍ତି ସେ ସେମାନଙ୍କ ନିକଟରୁ ସେକ୍ସନ ଅଫିସର ପ୍ରତି ଆୟ ପ୍ରମାଣ ପତ୍ର  ଓ ବାସ ସ୍ଥାନ ପ୍ରମାଣ ପତ୍ର ପାଇଁ ମଧ୍ୟ ୩୦ରୁ ୪୦ ଟଙ୍କା ନେଉଛନ୍ତି। ଏଣୁ ସେମାନେ ଅଧିକ ଟଙ୍କା ନେଉଛନ୍ତି। ସେପଟେ ବିଜେପି ସରକାରଙ୍କ ଏହି ଇସ୍ତାହାରରେ ମହିଳା ମାନେ କେତେ ଲାଭବାନ ହେବେ ତାହା ଆଗକୁ ସମୟ କହିବ । କିନ୍ତୁ ବର୍ତ୍ତମାନ ଗୁଜବ ପ୍ରଚାରକୁ ନେଇ ସଧାରଣ ଜନତା ଖର୍ଚ୍ଚାନ୍ତ ହେଉଥିବାରୁ ସରକାର ଏନେଇ କିଛି ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି।

Please follow and like us:

Leave a Reply

Your email address will not be published. Required fields are marked *