
ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ: ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଛିନ୍ନ
କାଲିମେଳା: ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ। ଗତ କିଛି ଦିନ ହେଲା କାଲିମେଳାରେ ଲଗାଣ ବର୍ଷା ହେବାରୁ ଆଜି ସକାଳୁ ଏହି ପୋଲ ଉପରେ ୩ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି। ଏହି ପୋଲ ଉପରେ ହଠାତ୍ ଏହି ପାଣି ମାଡ଼ି ଆସିବାରୁ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ଗତ ପ୍ରାୟ ଦୁଇ ସପ୍ତାହ ହେଲା କାଲିମେଳା…