
ନିଟ ମାମଲା: ମାଷ୍ଟରମାଇଣ୍ତ ଓ ୨ ମେଡିକାଲ ଛାତ୍ରଙ୍କୁ ବାନ୍ଧିଲା ସିବିଆଇ
ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତା ସହ ଜଡ଼ିତ ୬ଟି ମାମଲାରେ ସିବିଆଇ ଇତି ମଧ୍ୟରେ ୨୧ ଜଣଙ୍କୁ ଗିରଫ କରିସାରିଲାଣି।ନିଟ-ୟୁଜି ପେପର ଲିକ୍ ମାମଲାରେ ଆଜି ସିବିଆଇ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ପେପର ଲିକ୍ ଘଟଣାର ଅନ୍ୟତମ ମାଷ୍ଟରମାଇଣ୍ଡ କୁହାଯାଉଥିବା ଏନଆଇଟ ଜାମସେଦପୁରରୁ ବିଟେକରେ ଗ୍ରାଜ୍ୟୁଏଟ ହୋଇଥିବା ଜଣେ ଯୁବକ ରହିଛନ୍ତି। ସେହିପରି ଲିକ ପ୍ରଶ୍ନପତ୍ରର ସମାଧାନ କରୁଥିବା ୨ ଜଣ ଏମବିବିଏସ୍ ଛାତ୍ର ମଧ୍ୟ ଧରା ପଡ଼ିଛନ୍ତି। ମେଡିକାଲ ପ୍ରବେଶିକା ପରୀକ୍ଷାରେ…