onl3

ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରବାହୁଡ଼ା

ଯାଜପୁର/ବରୀ: ରାଜ୍ୟ ରାଜନୀତିର ହଟ୍‌ସ୍ପଟ୍‌ ଯାଜପୁର ଜିଲ୍ଲାରେ ଚାଲିଥିବା ଦଳବଦଳ ରାଜନୀତି ଏବେ ବେଶ୍‌ ଚର୍ଚ୍ଚାରେ। ସକାଳେ ଯିଏ ବିଜେପିକୁ ଯାଉଛନ୍ତି, ସନ୍ଧ୍ୟାରେ ସ୍ଥାନୀୟ ନେତା ପୁଣି ସେମାନଙ୍କୁ ନିଜ ଦଳକୁ ଫେରାଇ ଆଣିବା ଲାଗି ସବୁ ବଳ ଖଟାଇ ଦେଉଛନ୍ତି। ସମ୍ମାନ ରକ୍ଷା ଓ ପତିଆରା ବୃଦ୍ଧି ପାଇଁ ଜିଲ୍ଲାରେ ଦୁଇ ପ୍ରମୁଖ ଦଳ ଏବେ ଛକାପଞ୍ଝା ସ୍ଥିତିରେ ରହିଛନ୍ତି। ଜିଲ୍ଲାର ଏ ଦଳ ଡିଆଁ ରୋଗ ଆଗକୁ ମହାମାରୀ ରୂପ ନ ନେଉ, ସେଥିପାଇଁ…

Read More
onl5

ପୁଣି ଥରେ ବିଜେପି-ବିଜେଡି ମୁହାଁମୁହିଁ, ୬ଟି ବ୍ଲକରେ ଆଜି ଉପନିର୍ବାଚନ

ଆଜି ରାଜ୍ୟର ୬ଟି ବ୍ଲକରେ ଅନୁଷ୍ଠିତ ହେଉଛି ଉପନିର୍ବାଚନ। ୨୪ ପଟ୍ଟ ପରିବର୍ତ୍ତନ ପରେ ପୁଣି ନିର୍ବାଚନ ମୈଦାନରେ ମୁହାଁମୁହିଁ ହେଉଛନ୍ତି ବିଜେପି-ବିଜେଡି। ଉପନିର୍ବାଚନ ହେବାକୁ ଥିବା ସମସ୍ତ ୬ ବ୍ଲକ୍ ଥିଲା ବିଜେଡି ପାଖରେ। କିନ୍ତୁ ଏବେ ସ୍ଥିତି ବଦଳିଛି। ତେଣୁ ଉଭୟ ବିଜେପି ଏବଂ ବିଜେଡି ପାଇଁ ଉପନିର୍ବାଚନ ସମ୍ମାନର ପ୍ରଶ୍ନ। ସବୁଠି ଛକାପଞ୍ଝା ସ୍ଥିତି ଲାଗି ରହିଥିବା ବେଳେ ଏସବୁ ସିଟ୍ ହାତେଇବାକୁ ରଣକୌଶଳ ଆରମ୍ଭ କରି ଦେଇଛନ୍ତି ବିଜେପି ଆଉ ବିଜେଡି।…

Read More
onl1

ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ। ଦିତୀୟ ପର୍ଯ୍ୟାୟରେ ଉଭୟ ବିରୋଧୀ ଓ ଶାସକ ପରସ୍ପରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ପୋଲାଭରମ, ଭତ୍ତା, ରାଜ୍ୟପାଳଙ୍କ ପୁଅଙ୍କ ମାଡ ପ୍ରସଙ୍ଗ, ଭୂତ ରାସନ କାର୍ଡ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ। ଏହାସହ କେନ୍ଦ୍ରୀୟ ଅନୁଦାନ ଦେବାରେ ଟାଳଟୁଳ ନୀତି ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ। ଅନ୍ୟପଟେ ମୋହନ ସରକାରର ଦୁଇ ମାସର ସଫଳତା ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ…

Read More
onl3

୨୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ; ବିଜ୍ଞପ୍ତି ପ୍ରକାଶ

ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ୬ଟି ପଞ୍ଚାୟତ ସମିତି ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୩ଟି ଯଥା କବିସୂର୍ଯ୍ୟନଗର, ଖଲ୍ଲିକୋଟ ଏବଂ କୁକୁଡ଼ାଖଣ୍ଡିଁ। ସେହିପରି କଳାହାଣ୍ଡି ଜିଲ୍ଲାର ନର୍ଲା, ନବରଙ୍ଗପୁର ଜିଲ୍ଲାର ରାଇଘର ଏବଂ ନୟାଗଡ଼ ଜିଲ୍ଲାର ଭାପୁର ଅଧ୍ୟକ୍ଷ ପଦ ପାଇଁ ବି…

Read More
onl1

ପାଣ୍ଡିଆନଙ୍କ ହେଲିକପ୍ଟର୍‌ ଉଡ଼ା ପ୍ରସଙ୍ଗ: ହେଲିପ୍ୟାଡ୍‌ ନିର୍ମାଣର ତଦନ୍ତ ହେବ

ଭୁବନେଶ୍ବର: ସରକାରୀ ଚାକିରିରେ ଥିବା ସମୟରେ ଭି କେ ପାଣ୍ଡିଆନ ରାଜ୍ୟ ସାରା ହେଲିକପ୍ଟରରେ ବୁଲୁଥିଲେ। ପାଖାପାଖି ୪୦୦ ଜାଗା ବୁଲିଛନ୍ତି। ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ବାହାନାରେ ବ୍ୟୟବହୁଳ ଗସ୍ତ କରୁଥିଲେ। ଏବେ ଏହାକୁ ସବୁ ଦିଗରୁ ତଦନ୍ତ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଦୁଇ ଦିନ ତଳେ ପରିବହନ ମନ୍ତ୍ରୀ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ହେବ ବୋଲି କହିଥିଲା ବେଳେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ପ୍ରସଙ୍ଗରେ ମୁହଁ…

Read More
onl2

ବିଜେଡିର ନୂଆ ଚାଲ୍: ଦେବୀଙ୍କ ନେତୃତ୍ୱରେ ୧୫ଜଣିଆ ଟିମ୍

ବରିଷ୍ଠ ନେତାମାନଙ୍କୁ ନେଇ ଗଢ଼ାଯାଇଥିବା ଏହି କମିଟି ରାଜ୍ୟବ୍ୟାପୀ ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା ନିମନ୍ତେ କାର୍ଯ୍ୟ କରିବ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ବିଜେଡିର ଦୀର୍ଘ ୨୪ବର୍ଷ ଶାସନର ପତନ କାହିଁକି ହେଲା ଓ କିଏ ଦାୟୀ ତା’ର ସମୀକ୍ଷା ପାଇଁ କମିଟି ଗଢ଼ିପାରୁନଥିବା ନବୀନ ଏବେ ଦଳର ବିଭିନ୍ନ ୱିଙ୍ଗକୁ ପଙ୍ଗୁ କରି ରଖି ୧୫ଜଣିଆ କମିଟିକୁ ଦଳୀୟ କାର୍ଯ୍ୟକ୍ରମ ପାଇଁ…

Read More
onl3

ମିଶନ ମୋଡରେ କାମ କରିବ ବିଜେପି ଏସ୍‌ଟି ମୋର୍ଚ୍ଚା

ସରକାରକୁ ଆସିବା ପରେ ସଂଗଠନକୁ ମଜଭୁତ କରିବା ପାଇଁ ବିଜେପିର ପ୍ରୟାସ ଆରମ୍ଭ କରିଛି। ଖାସ୍‌ କରି ହାରିଥିବା ସିଟ୍‌ ଉପରେ ଫୋକସ୍‌ କରିଛି ବିଜେପି। ମିଶନ ମୋଡରେ କାମ କରିବ ବିଜେପି ଏସ୍‌ଟି ମୋର୍ଚ୍ଚା। ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ସବୁ ଆସନ ଜିତିବାକୁ ପ୍ରସ୍ତୁତ ହେଲା ଖସଡ଼ା। ବିଧାନସଭାରେ ୩୩ରୁ ୩୩ ଓ ଲୋକସଭାରେ ୫ ରୁ ୫ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ…

Read More
onl1

ନୀତୀଶ କୁମାରଙ୍କ ଜୀବନ ପ୍ରତି ବିପଦ: ସିଏମ୍ ଅଫିସ୍‌କୁ ବୋମାରେ ଉଡ଼ାଇବାକୁ ଧମକ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟାଳୟକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଖବର ଅନୁଯାୟୀ, ଅଲ୍ କାଏଦା ନାମକ ଜଣେ ୟୁଜରଙ୍କ ଆଇଡିରୁ ଏକ ଇମେଲ ପଠାଇ ଏହି ଧମକ ଦିଆଯାଇଛି। ବିହାର ପୋଲିସ ଏ ବାବଦରେ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି। ସଚିବାଳୟ ପୁଲିସ୍ ଷ୍ଟେସନର ଏସ୍‌ଏଚ୍‌ଓ ସଞ୍ଜୀବ କୁମାରଙ୍କ ଅଭିଯୋଗ ଅଧାରରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ର ସୂଚନାନୁସାରେ, ଜୁଲାଇ ୧୬ରେ ସିଏମ୍‌ଓର ଅଫିସିଆଲ ମେଲ ଆଇଡିରେ…

Read More
on2

ବିଜେପିରେ ଯୋଗଦେଲେ ମମତା ମହାନ୍ତ

ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି। ବିଜେପିରେ ଯୋଗଦେବା ପରେ ମମତା ମହାନ୍ତ କହିଛନ୍ତି, ଲୋକମାନେ ମୋର ସଂପତ୍ତି। ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ। ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି। ବିଜେଡିରେ ମୋର ଆଉ…

Read More
on3

କାଲି ନୀତି ଆୟୋଗ ବୈଠକ, ଆଜି ଦିଲ୍ଲୀ ରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିଲ୍ଲୀ ଯାତ୍ରା କରିଚନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ଶନିବାର ନୀତି ଆୟୋଗର ବୈଠକରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ନୀତି ଆୟୋଗର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନୂଆଦିଲ୍ଲୀରେ ଆୟୋଜିତ ହେବାକୁଥିବା ନୀତି ଆୟୋଗର ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୬ରେ ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ସେହି…

Read More