
୨୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ; ବିଜ୍ଞପ୍ତି ପ୍ରକାଶ
ଆସନ୍ତା ୨୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ସହ ଗୋଟିଏ ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଉପନିର୍ବାଚନ। ୬ଟି ପଞ୍ଚାୟତ ସମିତି ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୩ଟି ଯଥା କବିସୂର୍ଯ୍ୟନଗର, ଖଲ୍ଲିକୋଟ ଏବଂ କୁକୁଡ଼ାଖଣ୍ଡିଁ। ସେହିପରି କଳାହାଣ୍ଡି ଜିଲ୍ଲାର ନର୍ଲା, ନବରଙ୍ଗପୁର ଜିଲ୍ଲାର ରାଇଘର ଏବଂ ନୟାଗଡ଼ ଜିଲ୍ଲାର ଭାପୁର ଅଧ୍ୟକ୍ଷ ପଦ ପାଇଁ ବି…