
ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରବାହୁଡ଼ା
ଯାଜପୁର/ବରୀ: ରାଜ୍ୟ ରାଜନୀତିର ହଟ୍ସ୍ପଟ୍ ଯାଜପୁର ଜିଲ୍ଲାରେ ଚାଲିଥିବା ଦଳବଦଳ ରାଜନୀତି ଏବେ ବେଶ୍ ଚର୍ଚ୍ଚାରେ। ସକାଳେ ଯିଏ ବିଜେପିକୁ ଯାଉଛନ୍ତି, ସନ୍ଧ୍ୟାରେ ସ୍ଥାନୀୟ ନେତା ପୁଣି ସେମାନଙ୍କୁ ନିଜ ଦଳକୁ ଫେରାଇ ଆଣିବା ଲାଗି ସବୁ ବଳ ଖଟାଇ ଦେଉଛନ୍ତି। ସମ୍ମାନ ରକ୍ଷା ଓ ପତିଆରା ବୃଦ୍ଧି ପାଇଁ ଜିଲ୍ଲାରେ ଦୁଇ ପ୍ରମୁଖ ଦଳ ଏବେ ଛକାପଞ୍ଝା ସ୍ଥିତିରେ ରହିଛନ୍ତି। ଜିଲ୍ଲାର ଏ ଦଳ ଡିଆଁ ରୋଗ ଆଗକୁ ମହାମାରୀ ରୂପ ନ ନେଉ, ସେଥିପାଇଁ…