
କେନ୍ଦ୍ର ବଜେଟ୍ ୨୦୨୪-୨୫: ରେଳବାଇକୁ ୨,୫୨,୨୦୦ କୋଟି
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଘୋଷଣା କରିବା ବେଳେ ରେଳ ସମ୍ପର୍କରେ ମାତ୍ର ଥରୁଟିଏ ଆଲୋଚନା କରିଥିଲେ। ତେବେ ବଜେଟ୍ ତଥ୍ୟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ରେଳବାଇ ଲାଗି ମୋଟ ୫,୩୭,୯୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ସେଥିରେ ରେଳବାଇ ରାଜସ୍ବରୁ ମୋଟ ବ୍ୟୟ ୨,୭୫,୭୦୦ କୋଟି ଟଙ୍କା ଥିବା ବେଳେ ବଜେଟ୍ ସହାୟତା ଓ ଅନ୍ୟାନ୍ୟ ପରିମାଣର ୨,୬୨,୨୦୦ କୋଟି ଟଙ୍କା ରହିଛି।…