
ଫାସ୍ଟ୍ୟାଗ୍ ନଥିଲେ ୨ ଗୁଣା ଫି
ନୂଆଦିଲ୍ଲୀ: ଜାଣିଶୁଣି ଗାଡ଼ିର ସାମ୍ନା ୱିଣ୍ଡସିଲ୍ଡରେ ଫାସ୍ଟ୍ୟାଗ୍ ଲଗାଉନଥିବା ଲୋକମାନଙ୍କୁ ଅବହେଳା ମହଙ୍ଗା ପଡ଼ିବ। ସେଭଳି ଗାଡ଼ି ଚାଳକଙ୍କଠାରୁ ଦୁଇ ଗୁଣା ଅଧିକ ଫି’ ଆଦାୟ କରାଯିବ। ଏନେଇ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଏକ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଗାଡ଼ି ସାମ୍ନା କାଚର ଭିତର ପାର୍ଶ୍ବରେ ଫାସ୍ଟ୍ୟାଗ୍କୁ ଲଗାଇବା ବ୍ୟବସ୍ଥା ରହିଛି। କିନ୍ତୁ କିଛି ଚାଳକ ତାହା ଲଗାଉନଥିବାରୁ ଟୋଲ୍ ଗେଟ୍ରେ ଗାଡ଼ି ଚଳାଚଳ ଅଯଥାରେ ବିଳମ୍ବ ହେଉଛି ଏବଂ ତାହା ଅନ୍ୟମାନଙ୍କ ଲାଗି…