dengue

ଦିଲ୍ଲୀକୁ ଫେରିଲା ଡେଙ୍ଗୁ ଆତଙ୍କ: ୨ ଆକ୍ରାନ୍ତଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ଦିଲ୍ଲୀକୁ ପୁଣି ଥରେ ଡେଙ୍ଗୁ ଫେରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଚଳିତ ବର୍ଷ ରାଜଧାନୀରେ ଡେଙ୍ଗୁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ଅନୁଯାୟୀ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଲୋକ ନାୟକ ହସ୍ପିଟାଲରେ ଘଟିଛି। ସେହିପରି  ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ସଫଦରଜଙ୍ଗ ହସ୍ପିଟାଲରେ ହୋଇଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାର ନିୟନ୍ତ୍ରଣ ନ କଲେ ହୁଏତ ଆଗାମୀ…

Read More
arvind kejriwal

ଦିଲ୍ଲୀବାସୀଙ୍କ ହାତରେ ଆପ୍‌ର ଭବିଷ୍ୟତ ସମର୍ପି ଦେଇ ଇସ୍ତଫା ଦେବେ କେଜ୍ରୱାଲ୍‌

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ସେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ। କେଜ୍ରିୱାଲ୍‌ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍‌)ର ଭବିଷ୍ୟତ ବର୍ତ୍ତମାନ ଜନସାଧାରଣଙ୍କ ହାତରେ। ସେ କହିଛନ୍ତି, “ମୁଁ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି। ଲୋକମାନେ ସେମାନଙ୍କର ନିଷ୍ପତ୍ତି ନଦେବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ…

Read More

କେଜ୍ରିୱାଲଙ୍କୁ ମିଳିଲା ଜାମିନ; କାର୍ଯ୍ୟାଳୟ ଯିବା ମନା, କରି ପାରିବେନି ଦସ୍ତଖତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ସୁପ୍ରିମ ଆଶ୍ୱସ୍ତି। ତାଙ୍କର ଜେଲ୍‌ରୁ ବାହାରିବା ବାଟ ସଫା ହୋଇଯାଇଛି। ବହୁ ପ୍ରତୀକ୍ଷା ପରେ ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଫଳରେ ପ୍ରାୟ ୬ ମାସ ପରେ ଜେଲ୍‌ରୁ ମୁକୁଳିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଇଡି ଗିରଫଦାରୀ ବିରୋଧରେ ସର୍ବୋଚ୍ଚ ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଉକ୍ତ…

Read More

ଭାରତର ‘ମିଶନ ମୌସମ’: ଏଣିକି ପ୍ରଯୁକ୍ତି କରିବ ବର୍ଷା, ରୋକିବ ବଜ୍ରପାତ!

ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ଅର୍ଥାତ୍ ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକାଯାଇ ପାରିବ କିମ୍ବା ଆଦୌ ବୃଷ୍ଟିପାତ ହେଉନଥିଲେ ବର୍ଷା କରାଯାଇ ପାରିବ। ଏଥିପାଇଁ ଭାରତୀୟ ପାଣିପାଗ ବିଜ୍ଞାନୀମାନେ ଏକ ନୂତନ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି। ଏହି ଟେକ୍ନୋଲୋଜି ମାଧ୍ୟମରେ କେବଳ ବର୍ଷା ନୁହେଁ, ବରଂ କୁଆପଥର ଏବଂ ବଜ୍ରପାତକୁ ମଧ୍ୟ ରୋକାଯାଇ ପାରିବ। ଏହି ପ୍ରୋଜେକ୍ଟର ନାମ ‘ମିଶନ ମୌସମ’ ରଖାଯାଇଛି, ଯାହାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨,୦୦୦…

Read More
onl7

ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ: ବିପଦରେ ଯୁବବର୍ଗ

ନୂଆଦିଲ୍ଲୀ: ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା।  ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବିଶ୍ବସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ଭୁତାଣୁଠାରୁ ଭିନ୍ନ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ଭ୍ରମଣ ସମ୍ବନ୍ଧୀୟ ସଂକ୍ରମଣର ଏକ ମାମଲା। ଆକ୍ରାନ୍ତ ବ୍ୟକ୍ତି ମଙ୍କିପକ୍ସ ବ୍ୟାପିଥିବା…

Read More
onl4

ଆର୍‌ଜି କର ହସ୍ପିଟାଲ ଘଟଣା: ସାଂସଦଙ୍କ ଇସ୍ତଫା, ମମତାଙ୍କୁ ଘେରିଲେ

କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ‘ବେପରୁଆ ପଦକ୍ଷେପ’କୁ ବିରୋଧ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଜ୍ୟସଭା ସାଂସଦ ଜହର ସରକାର ରବିବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିରେ ସରକାର ନିଜ ଦଳର ଦିଗହରା ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ଆର୍‌ଜି କର କାଣ୍ଡ ପରେ ସରକାର ନେଇଥିବା ପଦକ୍ଷେପ…

Read More
onl2

ସାହସ ଅଛି ତ ହରିୟାଣା ଆସି ଭିନେଶଙ୍କ ବିରୋଧରେ ପ୍ରଚାର କର: ବଜରଙ୍ଗ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତ ଶୁକ୍ରବାର କଂଗ୍ରେସ ପାର୍ଟିରେ ସାମିଲ ହୋଇଥିଲେ । ଏହାପରେ ଦଳ ତାଙ୍କୁ ହରିୟାଣା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ଭିନେଶ କଂଗ୍ରେସରେ ସାମିଲ ହେବାପରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣଜନତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଉଭୟଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି।…

Read More
onl2

ଆରଜି କର୍‌ର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଗିରଫ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବିବାଦରେ ସନ୍ଦୀପ ଗୋଟିଏ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆଜି…

Read More
onl1

ଆନ୍ଧ୍ର, ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୨୭ ଛୁଇଁଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଲଗାଣ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଉଭୟ ରାଜ୍ୟରେ ବର୍ଷା ଏବଂ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଲାଣି।  ତେଲେଙ୍ଗାନାରେ ୧୫ ଜଣଙ୍କର ଏବଂ ଆନ୍ଧ୍ରପ୍ରଦେଶରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷା‌ ଏବଂ ବନ୍ୟା ଜଳରେ ଫସିଥିବା ହଜାର ହଜାର ଲୋକଙ୍କୁ ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ଦ୍ବାରା ଉଦ୍ଧାର କରି ରିଲିଫ୍‌ ଶିବିରରେ ରଖାଯାଇଛି।…

Read More
onl2

ଡିଜେଲ କାର ତିଆରି କରିବା ବନ୍ଦ କର, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ବୟାନ ଦେଇଛନ୍ତି । ଡିଜେଲ ଗାଡ଼ିକୁ ବିଦାୟ ଦେବାକୁ ସେ କମ୍ପାନି ଓ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସିଆଇଆଇର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନୀତିନ ଗଡ଼କରୀ ଡିଜେଲକୁ ବିଦାୟ ଦେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଡିଜେଲ ଯାନ ଉତ୍ପାଦନ ବନ୍ଦ କରିବାକୁ କାର୍ ନିର୍ମାତାଙ୍କୁ ସେ ନିବେଦନ କରିଛନ୍ତି। ଗଡ଼କରୀ କହିଛନ୍ତି ଯେ ଯଦି ଡିଜେଲ ଯାନର…

Read More