
ରାଜସ୍ଥାନରେ ବର୍ଷା ବିତ୍ପାତ, ୨ ଦିନରେ ୨୬ ମୃତ: ୟୁପିର ୩୩ ଜିଲ୍ଲାରେ ବନ୍ୟା
ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଗତ ୨ ଦିନ ମଧ୍ୟରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜୟପୁର ସମେତ ୪ଟି ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି। ରାଜସ୍ଥାନର ଟଙ୍କରେ ଥିବା ଜୟପୁର-କୋଟା ଜାତୀୟ ରାଜପଥ-୫୨ରେ ଅନେକ ସ୍ଥାନରେ ୨ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଛି। ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ସେହିଭଳି ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ଗଙ୍ଗା ଓ ଯମୁନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…