modi

ଆଜି ଆସୁଛନ୍ତି ମୋଦି, କରିବେ ‘ସୁଭଦ୍ରା’ର ଶୁଭାରମ୍ଭ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ। ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏଥିପାଇଁ ରାଜଧାନୀର ଜନତା ମୈଦାନରେ କରାଯାଇଛି ଭବ୍ୟ ଆୟୋଜନ। ଆକର୍ଷଣୀୟ ଷ୍ଟେଜ ସାଙ୍ଗକୁ 4ଟି ସେଡ୍ କରାଯାଇଛି। ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ ସମେତ ନେତା ,ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ବସିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଖାଦ୍ୟ, ପାନୀୟ, ଶୌଚାଳୟ ସମେତ ପୁଲିସ…

Read More
Vishwakarma

ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, ସବୁଠି ଉତ୍ସାହ

ବିଶ୍ୱକର୍ମା ହେଉଛନ୍ତି ବିଶ୍ୱର ସୃଷ୍ଟିକର୍ତ୍ତା । ଆଜି ସେହି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା । ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି। ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପରେ ଛୋଟବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ବିଶ୍ୱକର୍ମା।…

Read More
onl6

ଭଙ୍ଗା ହେବ ଓଡ଼ିଶା ଭବନ

ଭଙ୍ଗା ହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଏହାକୁ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶାର ୩ଟି ଭବନ- ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା। ଏହାକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ ତାରିଖରେ…

Read More
onl5

ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ, ଆଜି ତିନି ଜିଲ୍ଲାରେ ସ୍କୁଲ ଛୁଟି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହେଲାଣି। ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ତିନି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏହି ତିନି ଜିଲ୍ଲା ହେଉଛି ମାଲକାନଗିରି, ଗଂଜାମ ଓ କୋରାପୁଟ। ପରିସ୍ଥିତିକୁ ନଜରରେ ରଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଆଜି ଏହି ତିନି ଜିଲ୍ଲାର ସମସ୍ତ…

Read More
onl`

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ; ମଧ୍ୟାହ୍ନରେ ପୁରୀ ଅତିକ୍ରମ କରିବ

ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତହୋଇଛି। ଏହା ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପୁରୀଠାରୁ ୧୧୦ କିମି ଦୂର କେନ୍ଦ୍ରୀଭୂତ ହୋଇଛି। ଆଜି ମଧ୍ୟାହ୍ନ ସମୟରେ ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।  ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି…

Read More
onl1

ଆଜି ନୂଆଁଖାଇ, ମା’ ସମଲେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ

ଆଜି ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ଗାଁଠୁ ସହର। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନୂଆଁ ଖାଦ୍ୟ ଲଗାଇବା ପରେ, ପରିବାର ସହ ଏକାଠି ବସିବେ ସମସ୍ତେ। ନୂଆଁ ଅନ୍ନ ସହ ଭଳି ଭଳିକା ଖାଦ୍ୟ ଖାଇବେ। ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ପାଖରେ ଓ ବଲାଙ୍ଗିରର ମା’ ପାଟଣେଶ୍ୱରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ସମ୍ବଲପୁରରେ ମା’ ସମଲେଇଙ୍କଠାରେ ଆଜି ପୂର୍ବାହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ…

Read More
onl3

ପାରାଦୀପରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ପାରାଦୀପ ବାଉରିଆପାଳନ୍ଦା ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପୂର୍ବାହ୍ଣ ୧୧ଟା ସମୟରେ ଟ୍ରେନଟି ମାଲ ଲୋଡିଂ ପାଇଁ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା। ଅନ୍ୟ ଏକ ବଗି ଟ୍ରାକ ବାହାରକୁ ଆସି ଓଲଟି ପଡ଼ିଥିଲା। ପୋର୍ଟ କର୍ମଚାରୀ ଓ ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିବା…

Read More
onl1

ସେପ୍ଟେମ୍ବର ୧ରୁ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ, ଏମିତି କରିବେ ‌ପଂଜୀକରଣ

ଭୁବନେଶ୍ବର: ରାଜ୍ୟର ମହିଳାମାନଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପାଇଁ ପ୍ରାୟତଃ ସମସ୍ତ ଜିଲ୍ଲାରେ ଆବେଦନ ଫର୍ମ ଉପଲବ୍ଧ ହୋଇସାରିଛି। ଯେଉଁଠି ଉପଲବ୍ଧ ହୋଇପାରି ନାହିଁ, ଖୁବ୍‌ ଶୀଘ୍ର ପହଞ୍ଚି ଯିବ ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତିର ସହିତ କହିଛନ୍ତି। ସେପ୍ଟେମ୍ବର ୧ ତାରିଖ ଠାରୁ ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କର ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୃଷ୍ଟ…

Read More
onl2

ଲଗାଣ ବର୍ଷାରେ ବେହାଲ, ମାଲକାନଗିରି ସହରରେ ଆଣ୍ଠୁଏ ପାଣି

ମାଲକାନଗିରି: ଲଗାଣ ବର୍ଷାରେ ପୁଣି ବୁଡ଼ିଲା ପୋଲ। ଯାତାୟାତ ବାଧାପ୍ରାପ୍ତ। ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି। ପୋଲ ଉପରେ ପାଣି ଥିବାରୁ ୩୨୫ ନମ୍ବର ଜାତୀୟ ରାଜପଥର ଉଭୟ ପାଖରେ ଅଟକି ରହିଛି ଶହ ଶହ ଗାଡ଼ି। ମାଲକାନଗିରିରୁ କାଲିମେଳା, କାଲିମେଳାରୁ ପଡ଼ିଆକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେପଟେ ଗତକାଲି ସନ୍ଧ୍ୟାରେ…

Read More
onl1

ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ନିମ୍ନମାନର ଛତୁଆ ଯୋଗାଣକୁ ନେଇ  ବିଧାନସଭାରେ କେତେକ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି। ଏଥିଲାଗି ଗୃହରେ କାର୍ଯ୍ୟାନୁଷ୍ଠାନ ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି। ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେବା ସହ ନିମ୍ନମାନର ଛତୁଆ ଯୋଗାଣ କେଉଁ ଅନୁଷ୍ଠାନ କରିଛନ୍ତି, ସେ ବାବଦରେ…

Read More