
ସେପ୍ଟେମ୍ବର ୯ରେ ନୂଆଖାଇ ଛୁଟି, ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ-ଶିକ୍ଷାନୁଷ୍ଠାନ
ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ପାଳନ ହେବ। ଏହି ପର୍ବ ପାଇଁ ପଶ୍ଚିମ ଓଡ଼ିଶାରେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଶ୍ଚିମ ଓଡ଼ିଶାରୁ ଯାଇ ଅନ୍ୟତ୍ର ରହୁଥିବା ଲୋକେ ମଧ୍ୟ ଜନ୍ମମାଟିକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାର ଆସନ୍ତା ୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କହିଛନ୍ତି,…