
୨ଲକ୍ଷ ୬୫ହଜାର କୋଟିର ବଜେଟ୍,୧୫%ବଢ଼ିଲା
ଭୁବନେଶ୍ବର, ୨୫/୭ (ଇମିସ): ସମସ୍ତ ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିଛି। ଯେଉଁ ଯୋଜନା ନବୀନ ପଟ୍ଟନାୟକ ସରକାରରେ ଚାଲୁଥିଲା, ତାହା ମୋହନ ମାଝୀ ସରକାରରେ ମଧ୍ୟ ଜାରି ରହିବ। ତେବେ ଯେଉଁ ଯୋଜନାମାନଙ୍କରେ ବିଜୁ ଓ ନବୀନଙ୍କ ନାମ ଥିଲା, ନୂଆ ସରକାରରେ ସେସବୁର ନାମ ବଦଳାଇ ଦିଆଯାଇଛି। ଏଥିସହିତ ପାଖାପାଖି ୧୬ଟି ନୂତନ ପଦକ୍ଷେପ ନେଇଛନ୍ତି ସରକାର। ଏଭଳି ଅନେକ ପରିବର୍ତ୍ତନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ୨୦୨୪-୨୫ଆର୍ଥିକ ବର୍ଷ ଲାଗି ବିଶାଳ…