
ଭିନେଶ ଫୋଗାଟଙ୍କ ପଦକ ନିଷ୍ପତ୍ତି ପୁଣି ଘୁଞ୍ଚିଲା
ପୁଣିଥରେ ଘୁଞ୍ଚିଛି ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ପଦକ ନିଷ୍ପତ୍ତି। ଆସନ୍ତା ୧୬ ତାରିଖ ରାତି ୯ଟା ୩୦ ସୁଦ୍ଧା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ତା’ର ଚୂଡ଼ାନ୍ତ ରାୟ ପ୍ରକାଶ କରିବ। ଏହାକୁ ମିଶାଇ ତୃତୀୟ ଥର ପାଇଁ ସିଏଏସ୍ ନିଷ୍ପତ୍ତି ଘୁଞ୍ଚିଛି। ଏବେ ସମସ୍ତ ଭାରତୀୟଙ୍କ ଅପେକ୍ଷା ୧୬କୁ ବଢ଼ିଛି। ସିଏଏସ୍ ଆଡ ହକ ଡିଭିଜନ ପକ୍ଷରୁ କୁହାଯାଇଛି ଯେ ସଂସ୍ଥାର ସଭାପତି ପ୍ୟାନେଲର ନିଷ୍ପତ୍ତି ଘୋଷଣା କରାଯିବାର ସମୟସୀମାକୁ ୧୬ ଅଗଷ୍ଟ…