
ବହୁତୁଲେ ହେଲେ ଟିମ ଇଣ୍ଡିଆର ବୋଲିଂ କୋଚ୍
ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ନିଯୁକ୍ତି ପାଇଛନ୍ତି ଭେଟରାନ କ୍ରିକେଟର ସାଇରାଜ ବହୁତୁଲେ। ତାଙ୍କୁ ଆଜି ବିସିସିଆଇ ଟିମ ଇଣ୍ଡିଆର ଅସ୍ଥାୟୀ ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଟିମର ବୋଲିଂ କୋଚ୍ ଭାବେ କାମ କରିବେ। ବହୁତୁଲେ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ସେ ଶ୍ରୀଲଙ୍କା ଗସ୍ତ କରିବେ। ପ୍ରଥମେ…