onl7

ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ: ବିପଦରେ ଯୁବବର୍ଗ

ନୂଆଦିଲ୍ଲୀ: ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା।  ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବିଶ୍ବସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ଭୁତାଣୁଠାରୁ ଭିନ୍ନ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ଭ୍ରମଣ ସମ୍ବନ୍ଧୀୟ ସଂକ୍ରମଣର ଏକ ମାମଲା। ଆକ୍ରାନ୍ତ ବ୍ୟକ୍ତି ମଙ୍କିପକ୍ସ ବ୍ୟାପିଥିବା…

Read More
onl4

ଆର୍‌ଜି କର ହସ୍ପିଟାଲ ଘଟଣା: ସାଂସଦଙ୍କ ଇସ୍ତଫା, ମମତାଙ୍କୁ ଘେରିଲେ

କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ‘ବେପରୁଆ ପଦକ୍ଷେପ’କୁ ବିରୋଧ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଜ୍ୟସଭା ସାଂସଦ ଜହର ସରକାର ରବିବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିରେ ସରକାର ନିଜ ଦଳର ଦିଗହରା ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ଆର୍‌ଜି କର କାଣ୍ଡ ପରେ ସରକାର ନେଇଥିବା ପଦକ୍ଷେପ…

Read More
onl2

ସାହସ ଅଛି ତ ହରିୟାଣା ଆସି ଭିନେଶଙ୍କ ବିରୋଧରେ ପ୍ରଚାର କର: ବଜରଙ୍ଗ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତ ଶୁକ୍ରବାର କଂଗ୍ରେସ ପାର୍ଟିରେ ସାମିଲ ହୋଇଥିଲେ । ଏହାପରେ ଦଳ ତାଙ୍କୁ ହରିୟାଣା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ଭିନେଶ କଂଗ୍ରେସରେ ସାମିଲ ହେବାପରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣଜନତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଉଭୟଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି।…

Read More
onl2

ଆରଜି କର୍‌ର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଗିରଫ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବିବାଦରେ ସନ୍ଦୀପ ଗୋଟିଏ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆଜି…

Read More
onl1

ଆନ୍ଧ୍ର, ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୨୭ ଛୁଇଁଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଲଗାଣ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଉଭୟ ରାଜ୍ୟରେ ବର୍ଷା ଏବଂ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଲାଣି।  ତେଲେଙ୍ଗାନାରେ ୧୫ ଜଣଙ୍କର ଏବଂ ଆନ୍ଧ୍ରପ୍ରଦେଶରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷା‌ ଏବଂ ବନ୍ୟା ଜଳରେ ଫସିଥିବା ହଜାର ହଜାର ଲୋକଙ୍କୁ ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ଦ୍ବାରା ଉଦ୍ଧାର କରି ରିଲିଫ୍‌ ଶିବିରରେ ରଖାଯାଇଛି।…

Read More
onl2

ଡିଜେଲ କାର ତିଆରି କରିବା ବନ୍ଦ କର, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ବୟାନ ଦେଇଛନ୍ତି । ଡିଜେଲ ଗାଡ଼ିକୁ ବିଦାୟ ଦେବାକୁ ସେ କମ୍ପାନି ଓ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସିଆଇଆଇର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନୀତିନ ଗଡ଼କରୀ ଡିଜେଲକୁ ବିଦାୟ ଦେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଡିଜେଲ ଯାନ ଉତ୍ପାଦନ ବନ୍ଦ କରିବାକୁ କାର୍ ନିର୍ମାତାଙ୍କୁ ସେ ନିବେଦନ କରିଛନ୍ତି। ଗଡ଼କରୀ କହିଛନ୍ତି ଯେ ଯଦି ଡିଜେଲ ଯାନର…

Read More
onl2

ପୁଣି ମହଙ୍ଗା ମାଡ଼: ଏଲପିଜି ସିଲିଣ୍ଡର ଦର ବଢ଼ିଲା

ନୂଆଦିଲ୍ଲୀ:  ଉପଭୋକ୍ତାଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ସଂଶୋଧିତ ହାର ଅନୁଯାୟୀ ୧ ସେପ୍ଟେମ୍ବରଠାରୁ ବ୍ୟବସାୟିକ  ଗ୍ୟାସ ସିଲିଣ୍ଡରର ଦରରେ ୩୯  ଟଙ୍କା ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେପ୍ଟେମ୍ବର ୧ ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ…

Read More
onl5

ଲୋପ ପାଉଛି Y କ୍ରୋମୋଜୋମ, ପୁରୁଷ ଶୂନ୍ୟ ହୋଇଯିବ ପୃଥିବୀ!

ମାନବ ଶରୀରରେ ଘଟୁଥିବା ଏକ ବିରାଟ ପରିବର୍ତ୍ତନକୁ ଠାବ କରିଛନ୍ତି ବୈଜ୍ଞାନିକ। ଜୀବବିଜ୍ଞାନୀମାନେ ଜାଣିବାକୁ ପାଇଛନ୍ତି ଯେ, ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ ଧୀରେ ଧୀରେ ଲୋପ ପାଉଛି। ଯଦି ଏପରି ଘଟିଚାଲେ, ତେବେ ଭବିଷ୍ୟତରେ ପୃଥିବୀ ପୁରୁଷ ଶୂନ୍ୟ ହେବାର ଆଶଙ୍କା ରହିଛି। କାରଣ ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ କାରଣରୁ ହିଁ ପୁତ୍ର ସନ୍ତାନ ଜନ୍ମ ନେଇଥାଏ। ଯଦି ଏହି କ୍ରୋମୋଜୋମ ବିଲୁପ୍ତ ହୋଇଯାଏ ତେବେ ପୃଥିବୀ ପୁରୁଷ ଶୂନ୍ୟ ହୋଇଯିବା ନେଇ ଜୀବବିଜ୍ଞାନୀମାନେ…

Read More
onl3

ଛାତ୍ରୀନିବାସ ଶୌଚାଳୟରେ ଗୁପ୍ତ କ୍ୟାମେରା: ୩୦୦ ଭିଡିଓ ଲିକ୍‌, ପ୍ରବଳ ଉତ୍ତେଜନା

ମଛଲିପଟ୍ଟନମ୍: ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଛାତ୍ରୀନିବାସ ଶୌଚାଳୟରୁ ଗୁପ୍ତ କ୍ୟାମେରା ମିଳିବା ପରେ ଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।  ଏଥିପାଇଁ ଦୋଷୀଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବିରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଛାତ୍ରଛାତ୍ରୀ ଏକଜୁଟ ହୋଇ ବିଭିନ୍ନ ସ୍ଥାନରେ ପ୍ରତିବାଦ  କରିବାପରେ  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଏକ ମାମଲା ରୁଜୁ କରାଯିବା ସହ ଜଣେ ଶେଷ…

Read More
onl4

ଗୁଜରାଟରେ ବନ୍ୟାସ୍ଥିତି ଗମ୍ଭୀର: ୩୧ ମୃତ, ୩୦ ହଜାର ସ୍ଥାନାନ୍ତର

ଗା‌ନ୍ଧୀନଗର: ଗୁଜରାଟରେ ବନ୍ୟା ସ୍ଥିତି ଭୟଙ୍କର ରୂପ ନେଇଛି। ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ରାଜ୍ୟରେ ଗତ ୪ ଦିନ ମଧ୍ୟ‌ରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ଆସନ୍ତାକାଲି ମଧ୍ୟ  ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।  ରାଜ୍ୟରେ ନଦୀଗୁଡ଼ିକ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି ଏବଂ ୩୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।  ରାଜ୍ୟ ସରକାର  କହିଛନ୍ତି ଯେ…

Read More