onl2

୧୭ ମାସ ପରେ ନ୍ୟାୟ ମିଳିଲା: ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍‌ ନେତା ମନୀଷ ସିସୋଦିଆ ଗତକାଲି ଜେଲ୍‌ରୁ ମୁକୁଳିବାପରେ ଆଜି ପାର୍ଟି ଅଫିସରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ସି‌ସୋ‌ଦିଆ କହିଛନ୍ତି, ତାଙ୍କୁ ୭ରୁ ୮ ମାସ ମଧ୍ୟରେ ନ୍ୟାୟ ମିଳିବ ବୋଲି ଆଶା ଥିଲା କିନ୍ତୁ ଏଥିପାଇଁ ୧୭ ମାସ ଲାଗିଗଲା। ଆପ୍‌ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ ସିସୋଦିଆ ସୁପ୍ରିମକୋର୍ଟ ରାୟକୁ ପ୍ରଶଂସା କରି କହିଛନ୍ତି, ଏକଛତ୍ରବାଦକୁ…

Read More
onl5

ମୁଣ୍ଡପିଛା ଆୟ ନେଇ ବିଶ୍ବବ୍ୟାଙ୍କ ରିପୋର୍ଟ: ଆମେରିକାର ଚଉଠେ ହେବାକୁ ଭାରତକୁ ୭୫ ବର୍ଷ‌ ଲୋଡ଼ା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଭାରତକୁ ବ୍ୟଥିତ କରିବା ଭଳି ରିପୋର୍ଟ ବିଶ୍ବବ୍ୟାଙ୍କ ପ୍ରକାଶ କରିଛି। ଆମେରିକା ଅର୍ଥନୀତି ସହ ସମାନ ହେବା କଥା ଛାଡ଼ ଭାରତୀୟଙ୍କ ମୁଣ୍ଡପିଛା ଆୟ ଆମେରିକୀୟଙ୍କ ମୁଣ୍ଡପିଛା ଆୟର ଚ‌ଉଠେ ‌ବା ଏକ ଚତୁର୍ଥାଂଶ ହେବାକୁ ୭୫ ବର୍ଷ ସମୟ ଲାଗିବ। ଭାରତ ସମେତ ଚୀନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଆଦି ଦେଶ ଉଚ୍ଚ ଆୟବର୍ଗର ଦେଶ ହେବା କ୍ଷେତ୍ରରେ…

Read More
onl3

ଅଲିମ୍ପିକ୍ସ : କ୍ବାର୍ଟର ଫାଇନାଲରେ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ହାରିଲେ ଦୀପିକା କୁମାରୀ

ପ୍ୟାରିସ୍ ଅଲିମ୍ପିକ୍ସରେ ପୁଣି ଥରେ ନିରାଶ ହୋଇଛି ଭାରତ । ତୀରନ୍ଦାଜୀ ଇଭେଣ୍ଟର କ୍ବାର୍ଟର ଫାଇନାଲରେ ଭାରତର ଦୀପିକା କୁମାରୀ ପରାଜିତ ହୋଇ ପଦକ ଦୌଡ଼ରୁ ବାହାରି ଯାଇଛନ୍ତି । ସେ ଦକ୍ଷିଣ କୋରିଆର ସୁ ୟୋ ନେମଙ୍କଠାରୁ ୬-୪ରେ ପରାଜିତ ହୋଇଛନ୍ତି । ଦୀପିକା କୁମାରୀ ସେଟ୍ କୁ ସେ ୨୮-୨୬ରେ ଜିତିନେଇଥିଲେ। ଦ୍ବିତୀୟ ସେଟ୍ ରେ କୋରିଆର ଏହି ଖେଳାଳି ପ୍ରତ୍ୟାବର୍ତ୍ତନ କରି ୨୮-୨୫ରେ ବିଜୟୀ ହୋଇଥିଲେ। ସେହିପରି ୩ୟ ସେଟରେ ସୁ ୟୋ…

Read More
on5

ମୋ ବିରୋଧରେ ଇଡି ଚଢ଼ଉ ପାଇଁ ଯୋଜନା ହୋଇଛି: ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଦାବି କରିଛନ୍ତି ଯେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କ ବିରୋଧରେ ଚଢ଼ଉ ପାଇଁ ଯୋଜନା କରିଥିବା ସେ କେତେକ ଭିତିରି ସୂତ୍ରରୁ ଜାଣିପାରିଛନ୍ତି। ଲୋକସଭାରେ କେନ୍ଦ୍ର ବଜେଟ୍‌-୨୦୨୪ ଉପରେ ଆଲୋଚନା ସମୟରେ ‘ଚକ୍ରବ୍ୟୁହ’ ଭାଷଣ ପାଇଁ ତାଙ୍କ ବିରୋଧରେ ଏହି ଯୋଜନା ହୋଇଥିବା ରାହୁଲ ଦାବି କରିଛନ୍ତି। ଏଥିପାଇଁ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ଏବଂ ଏପରିକି ସେମାନଙ୍କୁ ଚା’…

Read More
on4

ବର୍ଷା ଓ ଭୂସ୍ଖଳନରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଗଲାଣି ୨୩ ଜୀବନ

ଲ‌କ୍ଷ୍ନୌ: ଉତ୍ତରାଖଣ୍ଡ ଓ  ହିମାଚଳ ପ୍ରଦେଶରେ ଆକାଶଫଟା ବର୍ଷା ଓ ଭୂସ୍ଖଳନ ହେତୁ ୨୩ ଜଣଙ୍କ ଜୀବନ ଗଲାଣି। ଉତ୍ତରାଖଣ୍ଡରୁ ୧୫ ଜଣଙ୍କ ଜୀବନ ଯାଇଥିବା ବେଳେ ହିମାଚଳ ପ୍ରଦେଶରୁ ୮ ଜଣଙ୍କ ଜୀବନ ଯାଇଛି। ଭୂସ୍ଖଳନରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରୀ କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାରକାରୀମାନେ ହିମାଚଳ ପ୍ରଦେଶରେ ଡ୍ରୋନ୍ ନିୟୋଜିତ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଭାରତୀୟ ବାୟୁସେନା (ଆଇଏଏଫ୍‌) ଚିନୁକ୍ ଏବଂ ଏମ୍‌ଆଇ୧୭ ହେଲିକପ୍ଟର ଯୋଗେ କେଦାରନାଥକୁ…

Read More
on41

ରାହୁଲ ସିଲେଇଥିବା ଜୋତା ନେବାକୁ ୧୦ ଲକ୍ଷ ଟଙ୍କା ଦେବାକୁ ଗ୍ରାହକ ରାଜି; ଦେଉନାହାନ୍ତି ଦୋକାନୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ ରାହୁଲ ଗାନ୍ଧୀ ଭେଟିଥିବା ମୋଚି ରାମଚିତ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଦୋକାନକୁ ଯାଇଥିଲେ। ସେଠାରେ ତାଙ୍କ ସହ ଆଲୋଚନା କରିବା ସହ ଏକ ଚପଲ ମଧ୍ୟ ସିଲେଇ କରିଥିଲେ। ଏହି ଚପଲ କିଣିବାକୁ ଏବେ ତାଙ୍କ ପାଖକୁ ବଡ଼ ବଡ଼ ଅଫର ଆସୁଛି। ଚପଲ ହଳକ ପାଇଁ ୫ରୁ ୧୦ ଲକ୍ଷ ଟଙ୍କା ଦେବାକୁ ବି ରାଜି ଅଛନ୍ତି ଲୋକେ। କିନ୍ତୁ ରାହୁଲ ସିଲେଇ କରିଥିବା ଚପଲ ରାମଚିତ ଦେବାକୁ…

Read More
on3

ସାଟେଲାଇଟ୍ ଫଟୋରେ ୱାୟନାଡ ଭୂସ୍ଖଳନ

କେରଳର ୱାୟନାଡ଼ରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଭାରତୀୟ ଉପଗ୍ରହଦ୍ୱାରା ନିଆଯାଇଥିବା ହାଇ ରିଜଲ୍ୟୁସନ ଫଟୋରେ ଦେଖିବାକୁ ମିଳୁଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପୂର୍ବରୁ ଓ ପରେ ମିଳିଥିବା ଫଟୋରୁ ଜଣାପଡୁଛି ଯେ ପ୍ରାୟ ୮୬,୦୦୦ ବର୍ଗମିଟର ମାଟି ଧସିଯାଇଥିଲା ଏବଂ ଇରୁବୈଇଫୁଜା ନଦୀରେ ପ୍ରାୟ ୮ କିଲୋମିଟର ପର୍ଯ୍ୟନ୍ତ ମାଟି-କାଦୁଅ ଆଦି ପ୍ରବାହିତ ହୋଇଥିଲା। ଭାରତୀୟ ମହାକାଶ…

Read More
on5

କେରଳର  ୱାୟାନାଡ ଭୂସ୍ଖଳନ ଘଟି ୧୧ ମୃତ, ମୃତକଙ୍କ ମଧ୍ୟରେ ୩ ଶିଶୁ ଅଛନ୍ତି

କେରଳର ୱାୟାନାଡ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଘଟିବା ପରେ ଶତାଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଭୂସ୍ଖଳନ ସହ ବର୍ଷା ହେତୁ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ମଙ୍ଗଳବାର ସକାଳେ ମେପ୍ପାଡି ନିକଟରେ ଏହି ଘଟଣା ଘଟିଛି। ସବିଶେଷ ତଥ୍ୟ ଅନୁଯାୟୀ, ପ୍ରଥମ ଭୂସ୍ଖଳନ ପ୍ରାୟ ରାତି ୨ଟା ସମୟରେ  ଘଟିଥିଲା। ପରେ, ସକାଳ ପ୍ରାୟ ୪.୧୦ ସମୟରେ ଜିଲ୍ଲାରେ ଆଉ ଏକ ଭୂସ୍ଖଳନ ହୋଇଥିଲା। ୧୧ ଜଣଙ୍କର…

Read More
on3

ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ମାମଲା: ଆଉ ୫ ଗିରଫ, ବିଦାହେଲେ କନିଷ୍ଠ ଯନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗର ଅଞ୍ଚଳର ରାଓ ଆଇଏଏସ୍‌ ଷ୍ଟଡି ସର୍କଲରେ ଗତ ୨୭ ତ‌ାରିଖରେ ଯେଉଁ ଦୁର୍ଘଟଣା ଘଟିଗଲା ତାହା ଦେଶବାସୀଙ୍କୁ ସ୍ତବ୍ଧ କରିଛି। କୋଚିଂ ସେଣ୍ଟରରେ ପାଣି ପଶି ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିବା ୩ ଛାତ୍ରଛାତ୍ରୀ ମରିଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାରେ ଏବେ ଖୋଳତାଡ଼ ହୋଇଛି। ଦିଲ୍ଲୀ ପୁଲିସ ଆଜି ଏହି ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି। ଗିରଫ ୫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଏସ୍‌ୟୁଭି ଡ୍ରାଇଭର…

Read More
on2

ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଦୁଇ ଯାତ୍ରୀଙ୍କ ମୃତ୍ୟୁ, ଆହତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି

ହାୱଡା – ମୁମ୍ବାଇ ଏକ୍ସପ୍ରେସ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରାଜଖରସୁଆଁ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଅଘଟଣ ଫଳରେ ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ଟ୍ରେନ୍‌। ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଘଟଣାସ୍ଥଳରେ ଆରପିଏଫ୍ ଓ ରେଲୱେ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।ଏହାସହ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି…

Read More