onl3

ବ୍ୟାନ୍‌ ହେଲା ‘X’

ବ୍ୟାନ୍‌ ହେଲା ମାଇକ୍ରୋବ୍ଲଗିଂ ସାଇଟ୍‌ ‘ଏକ୍ସ’ ବା ଟ୍ୱିଟର୍‌। ଶନିବାର ବ୍ରାଜିଲ ସରକାର ଏହା ଉପରେ ବ୍ୟାନ୍‌ ଲଗାଇଛନ୍ତି। ଫଳରେ ଏହା ବ୍ରାଜିଲରେ ଆଉ କାମ କରୁନି। ବର୍ତ୍ତମାନ ବ୍ରାଜିଲର ଉପଭୋକ୍ତାମାନେ ‘X’ର ସେବା ବ୍ୟବହାର କରିପାରିବେ ନାହିଁ। ଉଭୟ ମୋବାଇଲ୍ ଏବଂ ୱେବ୍ ସଂସ୍କରଣରେ ସେବା ବନ୍ଦ ହୋଇଯାଇଛି। ବ୍ରାଜିଲର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ‘X’କୁ ବ୍ୟାନ୍‌ କରାଯାଇଛି। ଦୀର୍ଘ ଦିନ ଧରି ବ୍ରାଜିଲର ସୁପ୍ରିମକୋର୍ଟ ଏବଂ TESLA ସିଇଓ ଏଲୋନ୍ ମସ୍କଙ୍କ ମଧ୍ୟରେ ବିବାଦ…

Read More
onl5

ଲୋପ ପାଉଛି Y କ୍ରୋମୋଜୋମ, ପୁରୁଷ ଶୂନ୍ୟ ହୋଇଯିବ ପୃଥିବୀ!

ମାନବ ଶରୀରରେ ଘଟୁଥିବା ଏକ ବିରାଟ ପରିବର୍ତ୍ତନକୁ ଠାବ କରିଛନ୍ତି ବୈଜ୍ଞାନିକ। ଜୀବବିଜ୍ଞାନୀମାନେ ଜାଣିବାକୁ ପାଇଛନ୍ତି ଯେ, ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ ଧୀରେ ଧୀରେ ଲୋପ ପାଉଛି। ଯଦି ଏପରି ଘଟିଚାଲେ, ତେବେ ଭବିଷ୍ୟତରେ ପୃଥିବୀ ପୁରୁଷ ଶୂନ୍ୟ ହେବାର ଆଶଙ୍କା ରହିଛି। କାରଣ ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ କାରଣରୁ ହିଁ ପୁତ୍ର ସନ୍ତାନ ଜନ୍ମ ନେଇଥାଏ। ଯଦି ଏହି କ୍ରୋମୋଜୋମ ବିଲୁପ୍ତ ହୋଇଯାଏ ତେବେ ପୃଥିବୀ ପୁରୁଷ ଶୂନ୍ୟ ହୋଇଯିବା ନେଇ ଜୀବବିଜ୍ଞାନୀମାନେ…

Read More
onl4

ଇରାନ୍‌ରେ ରେକର୍ଡ ୮୨ଡିଗ୍ରି ଉତ୍ତାପ

ତେହରାନ୍‌: ଇରାନ୍‌ରେ  ବିଶ୍ବର ସର୍ବୋଚ୍ଚ ତାପମାତ୍ରା ଅନୁଭୂତ ହୋଇଛି। ଏହା ରେକର୍ଡ ୮୨.୨ ଡିଗ୍ରି ସେଣ୍ଟିଗ୍ରେଡ୍‌ ଛୁଇଁଥିବା ବେଳେ ବାୟୁର ଆର୍ଦ୍ରତାଙ୍କ (ଡିଉ ପଏଣ୍ଟ) ୩୬.୧ ଡିଗ୍ରି ସେଣ୍ଟିଗ୍ରେଡ୍‌ ରହିଛି।  ଗୁରୁବାର ଦାରିସ୍ତାନ ବିମାନବନ୍ଦର ନିକଟରେ ବାୟୁ ତାପମାତ୍ରା ୩୮.୯ ଡିଗ୍ରି ସେଣ୍ଟିଗ୍ରେଡ୍‌ ରହିଥିଲା ଓ ସାପେକ୍ଷ ଆଦ୍ରତା ୮୫ ପ୍ରତିଶତ ରହିଥିଲା। ବାୟୁମଣ୍ଡଳର ଏହି ସ୍ଥିତି ଶୁକ୍ରବାର ଅତି ଉଦ୍‌ବେଗଜନକ ଭାବେ ଅନୁଭୂତ ତାପମାତ୍ରାକୁ ୮୨ ଡିଗ୍ରି ଯାଏଁ ବୃଦ୍ଧି କରାଇଥିଲା। ଏହି ତାପମାତ୍ରା ପୃଥିବୀର…

Read More
onl1

ବାଂଲାଦେଶରେ ଅଭାବନୀୟ କାଣ୍ଡ: ସୁପ୍ରିମକୋର୍ଟ ଘେରିଗଲେ ଦଙ୍ଗାକାରୀ: ଇସ୍ତଫା ଦେଲେ ପ୍ରଧାନ ବିଚାରପତି

ଢାକା: ବାଂଲାଦେଶରେ ହସିନା ସରକାରର ପତନ ଏବଂ ନୂଆ ଅନ୍ତରୀଣ ସରକାର ଗଠନ ହେବାପରେ ବାଂଲାଦେଶ ପ୍ରଧାନ ବିଚାରପତି ଓବେଦୁଲ ହସନ ଆଜି ଇସ୍ତଫା ଦେଇଛନ୍ତି। ଦଙ୍ଗାକାରୀଙ୍କ ପ୍ରବଳ ଚାପରେ ଓବେଦୁଲ ଇସ୍ତଫା ଦେବାପାଇଁ ବାଧ୍ୟ ହୋଇଛନ୍ତି। ୬୫ ବର୍ଷୀୟ ବିଚାରପତି ଓବେଦୁଲ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନଙ୍କୁ ତାଙ୍କ ଇସ୍ତଫ‌ାପତ୍ର ପଠାଇଛନ୍ତି। ପ୍ରଧାନ ବିଚାରପତିଙ୍କ ଇସ୍ତଫାପତ୍ର ଆଇନ ମନ୍ତ୍ରାଳୟରେ ପହଞ୍ଚି ସାରିଛି ବୋଲି ଦେଶର ସଂସଦୀୟ ବ୍ୟାପାର ପରାମର୍ଶଦାତା ଅସିଫ ନଜରୁଲ୍‌ ଏକ ଭିଡିଓ…

Read More
onl4

ପୁଣି ଜଳିଲା ବାଂଲାଦେଶ: ବାଂଲାଦେଶ ସ୍ଥିତି ବେକାବୁ ହେଉଥିବାରୁ ଗଲାଣି ୯୩ ଜଣଙ୍କ ଜୀବନ

ପୁଣିଥରେ ଅଶାନ୍ତ ହୋଇ ଉଠିଛି ବାଂଲାଦେଶ। ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଏକାଧିକ ଛାତ୍ର ସଂଗଠନ ଓ ସାଧାରଣ ଲୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆନ୍ଦୋଳନକାରୀଙ୍କ ସହ ପୁଲିସ୍‌ର ମୁହାଁମୁହିଁ ହୋଇଛି। ହସନାଙ୍କ ଦଳର ଲୋକମାନେ ମଧ୍ୟ ଆନ୍ଦୋଳନକାରୀଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାରୁ ସ୍ଥିତି ବେକାବୁ ହୋଇଛି। ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

Read More
onl5

ମୁଣ୍ଡପିଛା ଆୟ ନେଇ ବିଶ୍ବବ୍ୟାଙ୍କ ରିପୋର୍ଟ: ଆମେରିକାର ଚଉଠେ ହେବାକୁ ଭାରତକୁ ୭୫ ବର୍ଷ‌ ଲୋଡ଼ା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଭାରତକୁ ବ୍ୟଥିତ କରିବା ଭଳି ରିପୋର୍ଟ ବିଶ୍ବବ୍ୟାଙ୍କ ପ୍ରକାଶ କରିଛି। ଆମେରିକା ଅର୍ଥନୀତି ସହ ସମାନ ହେବା କଥା ଛାଡ଼ ଭାରତୀୟଙ୍କ ମୁଣ୍ଡପିଛା ଆୟ ଆମେରିକୀୟଙ୍କ ମୁଣ୍ଡପିଛା ଆୟର ଚ‌ଉଠେ ‌ବା ଏକ ଚତୁର୍ଥାଂଶ ହେବାକୁ ୭୫ ବର୍ଷ ସମୟ ଲାଗିବ। ଭାରତ ସମେତ ଚୀନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଆଦି ଦେଶ ଉଚ୍ଚ ଆୟବର୍ଗର ଦେଶ ହେବା କ୍ଷେତ୍ରରେ…

Read More
on6

ଆମେରିକା ରାଜନୀତି: ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ୍‌

ୱାସିଂଟନ: ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଆଜି ଓହରି ଯାଇଛନ୍ତି। ଡେମୋକ୍ରାଟିକ ଦଳ ଚଳିତ ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ୮୧ ବର୍ଷୀୟ ବାଇଡେନ ପୁନଃ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୋଷଣା କରିଛନ୍ତି। ଦଳର ବରିଷ୍ଠ ନେତାମାନ ବାଇଡେନ ଓହରିଯିବା ଚାହୁଥିଲେ ଏବଂ ସପ୍ତାହେ ହେଲା ଏଥିପାଇଁ ପ୍ରବଳ ଚାପ ସୃଷ୍ଟି କରିଥିଲେ। ଏପରିକି ପୂର୍ବତନ ରାଷ୍ଟ୍ରପତି…

Read More
on5

ବାଂଲାଦେଶରେ କର୍ଫ୍ୟୁ ଲାଗୁ, ଗଲାଣି ୧୦୫ ଜୀବନ

ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ସହ ବେକାବୁ ହେବାରେ ଲାଗିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଅଧିକରୁ ଅଧିକ ଯବାନଙ୍କୁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଉଛି। ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ଏହି ଆନ୍ଦୋଳନରେ ୧୦୫ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ…

Read More