ବିଜେଡିର ସଙ୍ଗୀନ ଅଭିଯୋଗ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁପଛରେ ଅଛି ଷଡ଼ଯନ୍ତ୍ର

on6
Please follow and like us:

ନିର୍ବାଚନୀ ବିପର୍ଯ୍ୟୟ ପରେ ବିଜେଡି ନିଜର ହିତାହିତ ଜ୍ଞାନ ଭୁଲି ଏଭଳି ସଙ୍ଗୀନ ଅଭିଯୋଗ ଆଣିବାରେ ଲାଗିଛି, ଯାହା ଦଳ ପାଇଁ ବୁମେରାଂ ପାଲଟିଛି। ବିଜେଡି ଏବେ ତୁଚ୍ଛା ରାଜନୀତିକ ଚର୍ଚ୍ଚାରେ ରହିବାକୁ ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁକୁ ନେଇ ରାଜନୀତି କରିବାକୁ ପଛାଇ ନାହିଁ । କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ସଙ୍ଗୀନ ଅଭିଯୋଗ ଆଣିବା ସହ ନିଜ ସରକାରର ଅମଳରେ ରାଜ୍ୟରେ ବିକଶିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବାସ୍ତବତା ଉପରେ ମଧ୍ୟ ପରୋକ୍ଷରେ ପ୍ରଶ୍ନ ଉଠାଇଛି । ବିଜେଡି ମୁଖପାତ୍ର ତଥା ସାଂସଦ ସୁଲତା ଦେଓ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ୪ମିନିଟ୍ ୧୮ସେକେଣ୍ଡର ଏକ ଭିଡିଓରେ କମଳା ପୂଜାରୀଙ୍କ ମୃତ୍ୟୁର ବିଚାରବିଭାଗୀୟ ତଦନ୍ତ ଦାବି କରିବା ପରେ ବିଜେଡିର ବାଚଳାମି ପଦାରେ ପଡ଼ିଛି ।

ସୂଚନା ଅନୁସାରେ, ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସନ୍ଦେଶରେ ଆଦିବାସୀ ମହିଳା ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରି ବିଚାରବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି । କମଳା ପୂଜାରୀଙ୍କୁ କୋରାପୁଟର ଜୟପୁରରୁ କଟକ କିଏ ସ୍ଥାନାନ୍ତର କରିଥିଲା? କଟକ ଏସସିବିରେ ହାଉସସର୍ଜନଙ୍କ ଧର୍ମଘଟ ଚାଲିଥିବାବେଳେ କାହିଁକି ତାଙ୍କୁ ଭାଇଜାଗ୍ , ବ୍ରହ୍ମପୁର କିମ୍ବା ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସା ନକରି କଟକ ଏସସିବି ମେଡିକାଲ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଗଲା? ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଗାଁର ସନାଭାଇକୁ ଆପୋଲୋରେ ଚିକିତ୍ସା ମିଳୁଛି, କମଳା ପୂଜାରୀଙ୍କୁ ସେଠାରେ ଭର୍ତ୍ତି କରିବାରେ କ’ଣ ଅସୁବିଧା ଥିଲା? କମଳା ପୂଜାରୀଙ୍କୁ କଟକ ହସ୍ପିଟାଲ ଅଣାଯିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା କି? ତାଙ୍କୁ କାହିଁକି ଏୟାରଲିଫ୍ଟ କରାଗଲା ନାହିଁ? ତାଙ୍କର ଚିକିତ୍ସାରେ ଅବହେଳା ହୋଇଥିଲା କି? ସେ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି କି? ବିହନ ବେପାରୀଙ୍କ ଚକ୍ରାନ୍ତରେ ଏ ସରକାର ଫସିଯାଇଛନ୍ତି କି? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ ।

Please follow and like us:

Leave a Reply

Your email address will not be published. Required fields are marked *