ସକାଳୁ ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନ୍ସ: ୩ଟି ସ୍ଥାନରେ ଚଢ଼ାଉ

onl1
Please follow and like us:

ଢେଙ୍କାନାଳ: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଘର ସମେତ ୩ଟି ସ୍ଥାନରେ  ଚଢ଼ାଉ କରାଯାଇଛି।

ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହରର ଷ୍ଟେସନ ବଜାରରେ ଥିବା ଘର, ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ ସମେତ କଟକ ଓ ଭୁବନେଶ୍ୱରରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି।
ଭିଜିଲାନ୍ସ ଘଟଣାର ତଦନ୍ତ କରି ଗୁରୁବାର ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି।ଏହି ଚଢ଼ାଉରେ ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ୬ ଜଣ ଏସଏଆଇ ସାମିଲ ହୋଇଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *