କୋଲକତା ବନ୍ଦ ପାଳନ ବେଳେ ହିଂସାକାଣ୍ଡ; ବିଜେପି ନେତାଙ୍କ ଗାଡ଼ି ଉପରକୁ ଫାୟାରିଂ

onl2
Please follow and like us:

କୋଲକାତା ଲଜ୍ଜା ଘଟଣାରେ ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଘଟୁଛି ହିଂସାକାଣ୍ଡ । ଏପରି ସ୍ଥିତିରେ ଭାଟପଡ଼ାରେ ଜଣେ ବିଜେପି ନେତାଙ୍କ ଗାଡ଼ି ଉପରକୁ ହୋଇଛି ଅତର୍କିତ ଗୁଳିମାଡ଼ ।

ପଶ୍ଚିମବଙ୍ଗ ଭାଟପଡ଼ାର ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ କାର ଉପରକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ। ବିଜେପି ନେତା ପ୍ରିୟାଙ୍ଗୁଙ୍କ ଡ୍ରାଇଭର କାର୍ ଚଳାଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ କାର୍ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଡ୍ରାଇଭର ଜଣକ ଆହତ ହୋଇଥିବା ଜଣାଯାଇଛି। ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ବାନ୍ଧିଛି। 

ଗୁଳିମାଡ଼ ପରେ ଘଟଣାସ୍ଥଳରେ ଭାଟପଡ଼ା ବିଧାୟକ ପୱନ ସିଂ, ପୂର୍ବତନ ସାଂସଦ ଅର୍ଜୁନ ସିଂ ଏବଂ ଅନ୍ୟ ବିଜେପି ନେତା ପହଞ୍ଚିଛନ୍ତି। ଏହି ଗୁଳିକାଣ୍ଡ ପଛରେ ଟିଏମ୍‌ସିର ହାତ ଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

Please follow and like us:

Leave a Reply

Your email address will not be published. Required fields are marked *