ସାଟେଲାଇଟ୍ ଫଟୋରେ ୱାୟନାଡ ଭୂସ୍ଖଳନ

on3
Please follow and like us:

କେରଳର ୱାୟନାଡ଼ରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଭାରତୀୟ ଉପଗ୍ରହଦ୍ୱାରା ନିଆଯାଇଥିବା ହାଇ ରିଜଲ୍ୟୁସନ ଫଟୋରେ ଦେଖିବାକୁ ମିଳୁଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପୂର୍ବରୁ ଓ ପରେ ମିଳିଥିବା ଫଟୋରୁ ଜଣାପଡୁଛି ଯେ ପ୍ରାୟ ୮୬,୦୦୦ ବର୍ଗମିଟର ମାଟି ଧସିଯାଇଥିଲା ଏବଂ ଇରୁବୈଇଫୁଜା ନଦୀରେ ପ୍ରାୟ ୮ କିଲୋମିଟର ପର୍ଯ୍ୟନ୍ତ ମାଟି-କାଦୁଅ ଆଦି ପ୍ରବାହିତ ହୋଇଥିଲା।

ଭାରତୀୟ ମହାକାଶ ଗବେଷଣା ସଂଗଠନର ଏକ ଅଂଶ ଭାବେ ହାଇଦ୍ରାବାଦର ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର ଏହାର ସର୍ବୋଚ୍ଚ ରିଜଲ୍ୟୁସନ୍ କାର୍ଟୋସାଟ୍-୩ ଅପ୍ଟିକାଲ ଉପଗ୍ରହ ଓ ରିସାଟ୍ ଉପଗ୍ରହକୁ ନିୟୋଜିତ କରିଛି ଯାହା ଘୋଟିଥିବା ବାଦଲ ଭିତରେ ବି ଫଟୋ ଉଠାଇବାକୁ ସକ୍ଷମ। ସମୁଦ୍ର ପତ୍ତନଠାରୁ ୧୫୫୦ ମିଟର ଉଚ୍ଚତାରେ ଭୂସ୍ଖଳନ ହୋଇଥିବା ମହାକାଶ ଏଜେନ୍ସି କହିଛି। ଇସ୍ରୋ ଦ୍ୱାରା ୨୦୨୩ରେ ପ୍ରସ୍ତୁତ ‘ଲ୍ୟାଣ୍ଡ୍‌ସ୍ଲାଇଡ୍‌ ଆଟଲାସ୍ ଅଫ୍ ଇଣ୍ଡିଆ’ରେ ୱାୟନାଡ ଅଞ୍ଚଳକୁ ଭୂସ୍ଖଳନ ପାଇଁ ସମ୍ବେଦନଶୀଳ ସ୍ଥାନ ଭାବେ ଦର୍ଶାଯାଇଛି। ଇସ୍ରୋ ଉପଗ୍ରହ ଚିତ୍ରରେ ୱାୟନାଡ ଭୂସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି।

Please follow and like us:

Leave a Reply

Your email address will not be published. Required fields are marked *