onl2

ପୋଲାଣ୍ଡରେ ମୋଦୀଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଲାଣ୍ଡ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ମୋଦୀ ପୋଲାଣ୍ଡ ପହଞ୍ଚିଛନ୍ତି। ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପୋଲାଣ୍ଡ ଗସ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ମୋଦୀ ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିବାପରେ ‌ତାଙ୍କୁ ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ଭବ୍ୟ ସ୍ବାଗତ କରି ପାଛୋଟି ନେଇଥିଲେ। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସ୍ବାଗତ କରିଥିଲେ। ପୋଲାଣ୍ଡ ଗସ୍ତ ଅବସରରେ…

Read More
on4

ନିଟ-ୟୁଜି ବିବାଦ: ଗୁଜରାଟର ଗୋଟିଏ ପରୀକ୍ଷା କେନ୍ଦ୍ରରୁ ୮୫% ପିଲା ହାସଲ କରିଛନ୍ତି ଯୋଗ୍ୟତା

ନିଟ-ୟୁଜି ପରୀକ୍ଷାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଗୁଜରାଟର ଗୋଟିଏ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ୮୫% ପିଲା ନିଟ୍‌-ୟୁଜିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହାର ଅର୍ଥ ସେମାନେ ମେଡିକାଲ କଲେଜରେ ସିଟ ପାଇବାକୁ ଯୋଗ୍ୟ ହୋଇଛନ୍ତି।  ଆଜି ଏନଟିଏ ସହର ଓ କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ କରିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ମେ’ ୪ ତାରିଖରେ ସର୍ବଭାରତୀୟ ସ୍ତରରେ ଫଳାଫଳ ପ୍ରକାଶ ପାଇଥିଲା।…

Read More
on2

ବିଜେପିରେ ଯୋଗଦେଲେ ମମତା ମହାନ୍ତ

ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି। ବିଜେପିରେ ଯୋଗଦେବା ପରେ ମମତା ମହାନ୍ତ କହିଛନ୍ତି, ଲୋକମାନେ ମୋର ସଂପତ୍ତି। ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ। ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି। ବିଜେଡିରେ ମୋର ଆଉ…

Read More
6

ଆସନ୍ତାJuly ୧୮ ତାରିଖ ଗୁରୁବାର ଖୋଲାଯିବ ରତ୍ନଭଣ୍ଡାର: ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫

ଆସନ୍ତା ୧୮ ତାରିଖ ଅର୍ଥାତ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ଆସନ୍ତା ଗୁରୁବାର ଖୋଲାଯିବ। ରତ୍ନ ଭଣ୍ଡାର ଖୋଲିବା ନେଇ ଶୁଭ ମୂହର୍ତ୍ତ ବାହାରିଛି। ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହର୍ତ୍ତ ରହିଛି। ଏହି ସମୟ ମଧ୍ୟରେ ଭିତର ରତ୍ନ ଭଣ୍ଡାର ତାଲାକୁ ଖୋଲାଯିବ। ଏହି…

Read More
2

Paris Olympic 2024: ଅଲିମ୍ପିକ୍ସ ଇତିହାସ

ଆସନ୍ତା ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବ ଅଲିମ୍ପିକ୍ସ। ବିଶ୍ବର ପ୍ରାୟ ୧୦ ହଜାର ୫ଶହ ଖେଳାଳି ୩୨ଟି କ୍ରୀଡାରେ ଭାଗ ନେବେ ।ଅଲିମ୍ପିକ୍ ଗେମ୍ସରେ ଭାରତ ପ୍ରଥମ ସ୍ୱର୍ଣ୍ଣ କେବେ ଜିତିଥିଲା?  ଅଲିମ୍ପିକ୍ ଗେମ୍ସରେ ଭାରତୀୟ ହକି ଟିମ୍‌ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୨୮ ଅଲିମ୍ପିକ୍ ଗେମ୍ସରେ ହକି ଦଳ ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲା । ଏହା ସହ ଭାରତ ପାଇଁ ବ୍ୟକ୍ତିଗତ…

Read More
dengue

ଦିଲ୍ଲୀକୁ ଫେରିଲା ଡେଙ୍ଗୁ ଆତଙ୍କ: ୨ ଆକ୍ରାନ୍ତଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ଦିଲ୍ଲୀକୁ ପୁଣି ଥରେ ଡେଙ୍ଗୁ ଫେରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଚଳିତ ବର୍ଷ ରାଜଧାନୀରେ ଡେଙ୍ଗୁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ଅନୁଯାୟୀ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଲୋକ ନାୟକ ହସ୍ପିଟାଲରେ ଘଟିଛି। ସେହିପରି  ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ସଫଦରଜଙ୍ଗ ହସ୍ପିଟାଲରେ ହୋଇଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାର ନିୟନ୍ତ୍ରଣ ନ କଲେ ହୁଏତ ଆଗାମୀ…

Read More
on3

କାଲି ନୀତି ଆୟୋଗ ବୈଠକ, ଆଜି ଦିଲ୍ଲୀ ରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିଲ୍ଲୀ ଯାତ୍ରା କରିଚନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ଶନିବାର ନୀତି ଆୟୋଗର ବୈଠକରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ନୀତି ଆୟୋଗର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନୂଆଦିଲ୍ଲୀରେ ଆୟୋଜିତ ହେବାକୁଥିବା ନୀତି ଆୟୋଗର ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୬ରେ ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ସେହି…

Read More
onl3

ହକି ହିରୋଙ୍କ ସ୍ୱାଗତରେ କମ୍ପିଲା ରାଜଧାନୀ ଭୁବନେଶ୍ୱର

ହକି ହିରୋଙ୍କୁ ମିଳିଲା ବିପୁଳ ସମ୍ବର୍ଦ୍ଧନା। ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରକମ୍ପିତ ହେଲା ରାଜଧାନୀ ଭୁବନେଶ୍ୱର। ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମରୁ ଲୋକସେବା ଭବନ ଯାଏ ସବୁଠାରେ କେବଳ ହକିର ଚର୍ଚ୍ଚା। ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ୍ ଆଜି ଭୁବନେଶ୍ୱର ଆସିଥିବା ବେଳେ ସେମାନଙ୍କୁ ମିଳିଛି ଓଡ଼ିଶାବାସୀଙ୍କ ଭଲପାଇବା। ରୋଡ ଶୋ’ ବେଳେ ଶହଶହ ଲୋକ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ହକି  ଖେଳାଳିଙ୍କୁ ଦେଖିଛନ୍ତି। ସେମାନଙ୍କ ପାଇଁ ନାରାବାଜୀ କରି…

Read More

ଝାଡ଼ଖଣ୍ଡ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ଘଟିଛ-:

ଝାଡ଼ଖଣ୍ଡ ପୂର୍ବ ସିଂହଭୂମ ଜିଲ୍ଲାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ହାତୀ ଭାଙ୍ଗି ହତ୍ୟା କରିଥିଲା। →ରବିବାର ଦିନ ଝାଡ଼ଖଣ୍ଡ ପୂର୍ବ ସିଂହଭୂମ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ବନ ଅଧିକାରୀ କହିଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ ରବିବାର ସକାଳେ ଚାଉଟିଆ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଥଇଥାନ କରିବାକୁ ଯାଇଥିବା ବେଳେ ଜଣେ ସେପ୍ଟଏଗେରିଆନ ବ୍ୟକ୍ତି ପାଚିଡର୍ମ ଦ୍ୱାରା ଭାଙ୍ଗିପଡିଥିଲେ।। ହାତୀ…

Read More
on5

ସିନ୍ଧୁ, ସାତ୍ତ୍ବିକ-ଚିରାଗଙ୍କ ବିଦାୟ

ପ୍ୟାରିସ୍‌: ଦୁଇ ଥର ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହ ଭାରତର ବଡ଼ ଆଶା ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚଳିତ ପ୍ୟାରିସ୍ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ୍‌ କ୍ବାର୍ଟରଫାଇନାଲ୍‌ରୁ ଅଶ୍ରୁଳ ବିଦାୟ ନେଇଛନ୍ତି। ଦଶମ ମାନ୍ୟତାପ୍ରାପ୍ତ ସିନ୍ଧୁ ୧୯-୨୧, ୧୪-୨୧‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ହାରି ଯାଇଛନ୍ତି। ଫଳରେ ଅଲିମ୍ପିକ୍ସ ହ୍ୟାଟ୍ରିକ୍‌ ପଦକ ସ୍ବପ୍ନ ସିନ୍ଧୁଙ୍କ ଭାଙ୍ଗିଯାଇଛି। ସେହିଭଳି ପୁରୁଷ ଯୁଗଳ ବର୍ଗରେ ସାତ୍ତ୍ବିକ-ଚିରାଗଙ୍କୁ ମାଲେସିଆ ଯୋଡ଼ି…

Read More